ଗୋପଳ ମାନବାଧିକାର ଜିଲ୍ଲା ସଭାପତି 

 ରାଜକନିକା : କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ତରାଷ୍ଟ୍ରୀୟ ମାନବ ଅଧିକାର ଜିଲ୍ଲା କାର୍ଯ୍ୟନିର୍ବାହୀ ସଭାପତି ଭାବେ ଗୋପାଳ ପ୍ରସାଦ ଦାସଙ୍କୁ ଚୟନ କରାଯାଇଛି । ରାଜକନିକା ବ୍ଲକ ଅନ୍ତର୍ଗତ କାଳିକାପୁର ଗାଁର ଗୋପାଳ ପ୍ରସାଦ ଦାସଙ୍କୁ ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ମାନବ ଅଧିକାର କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି । ସେ କେନ୍ଦ୍ରାପଡ଼ା ଜିଲ୍ଲାର ଅବହେଳିତ,ନିଷ୍ପେସିତ ଓ ନ୍ୟାୟ ନପାଉଥିବା ଲୋକଙ୍କ ପାଇଁ କାମକରି ଲୋକମାନଙ୍କୁ ନ୍ୟାୟ ଦେବେ ବୋଲି କହିଛନ୍ତି । ତାଙ୍କର ଏହି ନିଯୁକ୍ତି ପରେ ଜିଲ୍ଲାର ବିଭିନ୍ନ ଆଡୁ ଶୁଭେଚ୍ଛା ଜଣାଯାଇଛି ।