ସଡକ ଦୁର୍ଘଟଣା ୧ ମୃତ, ୨ ଗୁରୁତର
କେନ୍ଦ୍ରାପଡା : ଦୁହୁରିଆ ଛକ ହାଡ଼ିପୋଖରୀ ପୋଲ ସନ୍ନିକଟ ବାଇପାସ ଚାରି ଛକି ନିକଟରେ ଏକ ବାଇକ ସହିତ ହାଇୱା ଟ୍ରକର ମୁହଁ । ମୁହିଁ ଧକ୍କା ହେବା ଫଳରେ ଜଣଙ୍କର ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ଦୁଇ ଜଣ ଯୁବକ ଗୁରୁତ୍ୱର ଆହତ ହୋଇ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିସôାଳୟ ପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ କଟକ ଏସିବି ମେଡିକାଲକୁ ସ୍ଥାନାନ୍ତରଣ କରାଯାଇ ଥିବା ବିଭାଗୀୟ ଡାକ୍ତର କହିଛନ୍ତି । ଖବର ନେବାରୁ ଜଣା ପଡିଛି ଯେ ଦିବା ୨.୩୦ ମିନିଟ ସମୟରେ ଦୁହୁରିଆ ଛକ ସ୍ଥିତ ମଦ କାଉଣ୍ଟର ନିକଟରୁ ଚକ୍ରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଗୁରଗଣ୍ଡପାଟଣା ଗ୍ରାମର ରନôାକର ମହାନ୍ତିଙ୍କ ପୁଅ ଦେବେନ୍ଦ୍ର ମହାନ୍ତିଙ୍କ(୪୫)ଙ୍କ ସହିତ ସେହି ଏକା ଗ୍ରାମର ସ୍ୱର୍ଗତ ବାସୁଦେବ ବେହେରାଙ୍କ ବଡ଼ ପୁଅ ମୃତକ ବାଇନ ବେହେରା(୩୦) ଏବଂ ସାନ ପୁଅ ନବୀନ କୁମାର ବେହେରା (୨୬) ନାମକ ୩ଜଣ ଯୁବକ ଏକାଠି ମଦ କିଣି ପିଇବା ପାଇଁ ଯାଇଥିବା ବେଳେ ମଦ କାଉଣ୍ଟର ସମ୍ମୁଖରେ ସେମାନଙ୍କୁ ସଦର ଥାନାର ପିସିଆର ଗାଡିରେ ଡିୟୁଟି କରୁଥିବା କିଛି ପୁଲିସ ଅଧିକାରୀ ଦେଖି ଗୋଡ଼ାଇବାରୁ ଉକ୍ତ ୩ ଜଣ ଯୁବକ ଭୟରେ ଏକ ବାଇକ ଯୋଗେ ତରବରିଆ ଭାବେ ପାରାଦ୍ୱୀପ ଅଭିମୁଖେ ଖୁବ ଦ୍ରୁତ ବେଗରେ ଯିବା ସମୟରେ ଟ୍ରକ ସହିତ ପିଟି ହୋଇ ଦ୍ରୁଘଟଣାର ଶିକାର ହୋଇଥିଲେ । ଖବର ପାଇ ସଦର ଥାନା ପୁଲିସ ତତକ୍ଷଣାତ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ସ୍ଥାନୀୟ ଗ୍ରାମ ବାସୀମାନେ ନବୁଝିବାରୁ କିଛି ସମୟ ପରେ କେନ୍ଦ୍ରାପଡ଼ା ଏସଡ଼ିପିଓଙ୍କ ସମେତ ଡେରାବିଶର ଅତିରିକ୍ତ ତହସିଲଦାର ପହଞ୍ଚô ମୃତକଙ୍କ ପରିବାରକୁ ଶବ ବ୍ୟବଚ୍ଛେଦ ଓ ସକ୍ରାର ନିମନ୍ତେ ୨୦ ହଜାର ଟଙ୍କା ପ୍ରଦାନ କରିବାରୁ ରାସ୍ତା ଅବରୋଧ ହଟିଥିବା ସଦର ଥାନା ଅଧିକାରୀ ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି ।