ଗୋଶାଳା ଉଦ୍ଘାଟିତ
ନିମାପଡ଼ା : ନିମାପଡ଼ା ବ୍ଲକ ଚିଙ୍ଗୁଡ଼ିଆ କଣ୍ଟା ଗ୍ରାମ ନିକଟରେ ଶ୍ରୀ ଗୋପାଳ ଗୋଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ଗୋଶାଳାକୁ ଉଦ୍ଘାଟନ କରି କହିଥିଲେ ଯେ ଗୋମାତାଙ୍କୁ ନିଜର ମାଆ ଭଳି ଭଲପାଇବା ଦେବା ସହିତ ତାଙ୍କର ଯତ୍ନ ନିଅନ୍ତୁ । ରାସ୍ତା ଘାଟରେ ଗାଡ଼ି ଧକ୍କାରେ ଆହତ ହେଉଥିବା ଗାଈଗୋରୁ ମାନଙ୍କର ଉତ୍ତମ ସେବା ନିମନ୍ତେ ତଥା ସେମାନଙ୍କୁ ନେବା ଆଣିବା ପାଇଁ ସିଏଚ୍ଆର ମାଧ୍ୟମରେ ଏକ ଗାଡ଼ି ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ କହିଥିଲେ । ଏହା ଦ୍ୱାରା ଆଖପାଖ ଅଞ୍ଚଳର ଅନେକ ଗାଈଗୋରୁ ଉପକୃତ ହେବେ । ଗୋଶାଳାର ଆଖପାଖରେ ଥିବା ବିଲ ଗୁଡ଼ିକରେ ଘାସ ଚାଷ କରିବାପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ନିମାପଡ଼ା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଭାପତି ରବିନାରାୟଣ ଷଡ଼ଙ୍ଗୀ ସଭାପତିତ୍ୱ କରିଥିବାବେଳେ ପ୍ରଶାନ୍ତ ପାଲଟା ସିଂ, ବାବାଜୀ ଚରଣ ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନୃସିଂହ ଚରଣ ଜେନା, ସନ୍ତୋଷ ପରିଡ଼ା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।