ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ ଟିମ୍
ରାଜନଗର: ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ ଟିମ୍ ପହଞ୍ଚô ସ୍ଥିତି ଅନୁଧ୍ୟାନ କରିଛନ୍ତି । ଡ. ସୁଭାଶିଷ ମହାନ୍ତ, ପ୍ରାଣଗୋପାଳ ଦାସ ଓ ଦିବ୍ୟଜ୍ୟୋତି ମହାପାତ୍ର ତିନିଜଣିଆ ଟିମ୍ ସହ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରର ଏଡିଏମ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର ଓ ଡାକ୍ତର ନୂପେନ ଶତପଥୀ, ଡିପିଏମ ଗୀତାଞ୍ଜଳୀ ଦାସ ଓ ଅମିତ ପଣ୍ଡା ସାମିଲ ହୋଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ଡ. ରଶ୍ମିରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଡ. ରୁଦ୍ର ରାୟ, ଡ. ନିଳାଦ୍ରୀ ପଣ୍ଡା, ଡ. ବିଶ୍ୱଜିତ ବେହେରା, ଡ. ଲଳିତମୋହନ ରଥ, ଡ. ମନୋରଞ୍ଜନ ନାଥ, ଡ. ଆଦିତ୍ୟ ପ୍ରଧାନ, ଡ. ପୁଷ୍ପାଞ୍ଜଳୀ ମହାପାତ୍ରଙ୍କ ସହ ବିପିଏମ ଶ୍ରୀକାନ୍ତ ଦାସ, ଡିପିଏମ ରଞ୍ଜନ ଦାସ ଓ ନର୍ସିଂ କର୍ମଚାରୀମାନେ ସ୍ୱାଗତ କରିଥିଲେ । ଏହି ଟିମ୍ ସ୍ୱାସ୍ଥ୍ୟକେନ୍ଦ୍ରର ସୌନ୍ଦର୍ଯ୍ୟକରଣ, ବର୍ଜ୍ୟବସ୍ତୁ ପରିଚାଳନା, ଲୋକଙ୍କ ପାଇଁ ସଚେତନତା ବାର୍ତ୍ତା, ସ୍ୱଚ୍ଛ ଭାରତ ଅଭିଯାନ, ଇକୋଫ୍ରେଣ୍ଡଲୀ, କ୍ଲିନିକାଲ ଷ୍ଟାଫଙ୍କର କାର୍ଯ୍ୟକଳାପ ଓ ରେକର୍ଡପତ୍ର ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଯୀଶୁଖ୍ରୀଷ୍ଟ ରାଉତ, ନିର୍ମଳ ଦାଶଙ୍କ ସହ ସଫେଇ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ ।