ବାର୍ଷିକ କ୍ରୀଡ଼ା ଉଦ୍ୟାପିତ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ୍ ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ବାର୍ଷିକ କ୍ରୀଡ଼ା ଉଦ୍ୟାପିତ ହୋଇଛି । ପ୍ରଧାନଶିକ୍ଷକ ତପନ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉସôବରେ ମୁଖ୍ୟଅତିଥି ଭାବେ ଆଳି ବ୍ଲକ୍ ଶିକ୍ଷା ଅଧିକାରୀ ନଳିନୀ ରଞ୍ଜନ ରାଉତରାୟ, ଅନ୍ୟତମଅତିଥି ଭାବେ ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ, ପଟ୍ଟାମୁଣ୍ଡାଇ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରେମବାଳା ମହାପାତ୍ର, ଚନ୍ଦନନଗର ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ପଞ୍ଚାନନ ଧଳ, ଓସ୍ତିଆ ହାଇସ୍କୁଲ୍ ପୂର୍ବତନ ପ୍ରଧାନଶିକ୍ଷକ ନାରାୟଣ ପ୍ରସାଦ ଦାସ, ସମାଜସେବୀ ହରେକୃଷ୍ଣ ଦାଶ, ସିଆରସିସି ଲକ୍ଷ୍ମଣ ସେଠୀ, ସମାଜସେବୀ କାହ୍ନୁଚରଣ ରାଉତରୟ, ସ୍କୁଲ ପରିଚାଳନା କମିଟି ସଭାପତି ବାସୁଦେବ ସେଠୀ ପ୍ରମୁଖ ଉତ୍ସବରେ ଯୋଗଦେଇଥିଲେ । ସହକାରୀ ଶିକ୍ଷୟତ୍ରୀ ପ୍ରଜ୍ଞା ମହାଳି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, କ୍ରୀଡା ଶିକ୍ଷକ ଅଜୟ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷୟତ୍ରୀ ମୀନତୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।