ଲଷ୍ମୀଧର ସ୍ମୃତିକମିଟି ବୈଠକ
ରାଜନଗର: ଶିକ୍ଷାବିତ, ସମାଜସେବୀ ତଥା ରାଜନୈତିକ ବ୍ୟକ୍ତିତ୍ୱ ସ୍ୱର୍ଗତ ଲଷ୍ମୀଧର ଲେଙ୍କାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଛି । ଏ ଅବସରରେ ସ୍ମୃତିକମିଟି ଗଠନ କରଯିବା ସହ ତାଙ୍କ ଉଦେ୍ଦଶ୍ୟରେ ସ୍ମରଣିକା ପ୍ରକାଶ ପାଇଁ ଆଲୋଚନା ହୋଇଥିଲା । ସ୍ଥାନୀୟ ଶୈଳେନ୍ଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ସାମ୍ବାଦିକ ବସନ୍ତ କୁମାର ହାତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଶରତ ଚନ୍ଦ୍ର ମହାପାତ୍ର ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ଶ୍ରୀ ହାତି ବୈଠକ ଆହ୍ୱାନର ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶରତ ଚନ୍ଦ୍ର ମହାପାତ୍ରଙ୍କୁ ସଭାପତି ଓ ପ୍ରାକ୍ତନ ପ୍ରାଧ୍ୟାପକ ସତ୍ୟବାଦୀ ଜେନାଙ୍କୁ ସମ୍ପାଦକ ରୂପେ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ସ୍ୱର୍ଗତ ଲେଙ୍କାଙ୍କ ପୁତ୍ର ଲଳିତ ଲେଙ୍କା ଏକ ସ୍ମରଣିକା ପ୍ରକାଶ କରିବାକୁ ପ୍ରସ୍ତାବ ଆଗତ କରିଥିଲେ । ଚଳିତ ବର୍ଷ ଜାନୁୟାରୀ ୨୮ରେ ସ୍ୱର୍ଗତ ଲେଙ୍କାଙ୍କ ତିରୋଧାନ ଦିବସରେ ଉକ୍ତ ସ୍ମରଣିକା ଉନ୍ମୋଚନ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । କମିଟିର ସଭ୍ୟ ଭାବେ କୃପାସିନ୍ଧୁ ସାମଲ, ଅନାଦି ଚରଣ ଜେନା, ବିଜୟ ଜେନା, ଅଭିରାମ ସାହୁ, ସର୍ବେଶ୍ୱର ମହାନ୍ତି, ବିଦ୍ୟାଧର ଦାସ, ବିଜୟ ଦାସ, ଜଗନ୍ନାଥ ଦାସ, ବସନ୍ତ ହାତି, ଲଳିତ ମୋହନ ଲେଙ୍କା, ଭବାନୀ ମହାପାତ୍ର, ନିରଞ୍ଜନ ଶତପଥୀ, ବୈକୁଣ୍ଠ ବିଶ୍ୱାଳଙ୍କ ସମେତ ୨୧ଜଣଙ୍କୁ ମନୋନୀତ କରାଯାଇଥିଲା । ଶେଷରେ ବିଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।