ଭାଇର ଶୁଦ୍ଧିକ୍ରିୟା ପାଇଁ ଭିକ ମାଗିବା ଘଟଣା ମହାବୀର ଫାଉଣ୍ଡେସନ ର ସହାୟତା
ାା ପ୍ରଭାନୁ୍ୟଜ ।ା ବାଙ୍କୀ: ଭାଇର ଶୁଦ୍ଧିକ୍ରିୟା ପାଇଁ ଭଉଣୀ ଘରେ ଘରେ ବୁଲି ଭିକ ମାଗିବା ଘଟଣା ଅଞ୍ଚଳବାସୀଙ୍କୁ ଯେତିକି ବିବ୍ରତ କରିଛି ସ୍ଥାନୀୟ ପ୍ରଶାସନର ଆଖି ଖୋଲିଦେଇଛି । ଏହି ଘଟଣା ଗଣମାଧ୍ୟରେ ପ୍ରକାଶିତ ହେବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ସହାୟତାର ହାତ ବଢାଯାଇଛି । ତେବେ ଏହି ଖବର ପାଇଁ ନୀଳଗିରିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମହାବୀର ଫାଉଣ୍ଡେସନର ସମସ୍ତ ସଦସ୍ୟ ଧୋବଶିଳା ଉଡାପଦା ଗ୍ରାମରେ ଝୁନୁ ବିନ୍ଧାଣି ଘରେ ପହଞ୍ଚô ରାସନ ସାମଗ୍ରୀ ସହିତ ଅର୍ଥରାଶି ପ୍ରଦାନ କରିଛନ୍ତି । ମହାବୀର ଫାଉଣ୍ଡେସନ ପକ୍ଷରୁ ଏପରି ପଦକ୍ଷେପକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି । ଅନୁଷ୍ଠାନର ପ୍ରତିଷ୍ଠାତା ବିଦ୍ୟାଧର ବାରିକ୍, ପ୍ରମୟ ଜ୍ୟୋତି ବେହେରା, ଦିଗାମ୍ବର ବେହେରା, ରଞ୍ଜିତ ମଲ୍ଲିକ, ପରେମଶ୍ୱର ମଲ୍ଲିକ, ଜୟନ୍ତ କୁମାର ଜୀ, ପ୍ରଦୀପ ମଲ୍ଲିକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ସେହିପରି ନିଳଗିରି ବ୍ଲକ ପ୍ରଶାସନ ପକ୍ଷରୁ ତିନି ହଜାର ଟଙ୍କା ପ୍ରଦାନ କରାଯାଇଛି ।