ଗୌରୀଶଙ୍କର ରାୟଙ୍କ ଜୟନ୍ତୀ
ନିଶ୍ଚିନ୍ତକୋଇଲି: ଉକ୍ରଳ ଦୀପିକାର ସୁଯୋଗ୍ୟ ସମ୍ପାଦକ, ବିଶିଷ୍ଟ ସାରସ୍ୱତ ସାଧକ, ସମାଜ ସଂସ୍କାରକ ତଥା ଜନସେବକ , କର୍ମବୀର ଗୌରୀଶଙ୍କର ରାୟଙ୍କ କତ୍ତବ୍ୟ ନିଷ୍ଠା, ନିୟମାନୁବର୍ତ୍ତିତା, ସ୍ପଷ୍ଟବାଦିତା, ନିର୍ଭିକତା, ଉଦାରତା, ତଥା ସାରସ୍ୱତ ସାଧନା ଏକାନ୍ତ ପ୍ରଣିଧାନ ଯୋଗ୍ୟ ବୋଲି ମାହାଙ୍ଗାର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ଉପସଭାପତି ପ୍ରତାପ ଜେନା ମତ ପ୍ରକାଶ କରିଛନ୍ତି । ଉକ୍ରଳ ସଭାର ସଂପାଦକ ତଥା ସର୍ବପ୍ରାଚୀନ ଉକ୍ରଳ ସାହିତ୍ୟ ସମାଜର ପ୍ରାକ୍ତନ ସଭାପତି କର୍ମବୀର ଗୌରୀଶଙ୍କର ରାୟଙ୍କ ୧୮୭ତମ ଜୟନ୍ତୀ ତାଙ୍କ ଜନ୍ମପୀଠ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱରସ୍ଥ ଗୌରୀଶଙ୍କର ପାର୍କରେ ଥିବା କର୍ମବୀରଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ଏକ ପଦଯାତ୍ରାରେ ଗୌରୀଶଙ୍କର ରାୟ ପ୍ରତିଷ୍ଠା କରିଥିବା ଦୀକ୍ଷିତ୍ପଡା ପ୍ରାଥମିକ ବିଦ୍ୟାଳୟକୁ ଯାଇ ସେଠାରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଉକ୍ତ ସାରସ୍ୱତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ରୋଜୀ ସେଠୀ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ନରେନ୍ଦ୍ର ବାରିକ, ଜ୍ୟୋତି ପ୍ରକାଶ ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ଜସ୍ମିତା ସେଠୀ, ବିପ୍ଳବ କାପ, ସରପଞ୍ଚ ଜୟଦେବ ରାଉତ, ପ୍ରମୋଦ କୁମାର ଦାଶ, ସମିତିସଭ୍ୟ ହିମାଦ୍ରି ମିଶ୍ର, ଅନୀଲ ଭୂୟାଁ, ସରପଞ୍ଚ କମଳାକାନ୍ତ ଦାଶ, ଆଶୁତୋଷ ତ୍ରିପାଠୀ, ବିନୋଦସାମଲ, ମନୋଜ ସେଠୀ, ଜିତେନ୍ଦ୍ର କୁମାର ମିଶ୍ର, ପ୍ରମୋଦ ସ୍ୱାଇଁ, ଫକୀର ଚରଣ ନାୟକ, ପ୍ରାକ୍ତନ ସରପଞ୍ଚ ମହେଶ୍ୱର ବାରିକ, ପ୍ରଫୁଲ୍ଲ ପଣ୍ଡା, ସୁଦାମ ଚରଣ ବଳ, ନିତ୍ୟାନନ୍ଦ ସେଠୀଙ୍କ ସମେତ ବହୁ ସରପଞ୍ଚ ସମିତିସଭ୍ୟ, ଜନପ୍ରତିନିଧି ପ୍ରମୁଖ ସ୍ମୃତି ଚାରଣ କରିଥିଲେ ।