ନବକୃଷ୍ଣ ଚୌଧୁରୀ ମହାବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ 

 ଅନୁଗୁଳ: ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅନୁଗୁଳର ସତୁରି ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍ ଜୟନ୍ତୀ ମହୋତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ପ୍ଲାଟିନମ ସ୍ମାରକୀ ଉଦ୍ଘାଟନ କରିବା ସହିତ ଶିକ୍ଷାର୍ଥୀମାନଙ୍କୁ ବିକଶିତ ଭାରତର ଜୟଯାତ୍ରାରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ସମ୍ମାନିତ ଅତିଥିଭାବେ ଅନୁଗୁଳ ବିଧାୟକ ପ୍ରତାପଚନ୍ଦ୍ର ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଏବଂ ଛେଣ୍ଡିପଦା ବିଧାୟକ ଅଗସ୍ଥି ବେହେରା ଯୋଗଦାନ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସମାଜ ପ୍ରତି ଅଙ୍ଗୀକାର ବଦ୍ଧତା ପ୍ରକାଶ କରିବାକୁ ଆହ୍ୱାନ କରିଥିଲେ । ସେହିପରି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଅନୁଗୋଳ ଜିଲ୍ଲାପାଳ ଅବଦୁଲ ମ. ଅଖତର, ପୋଲିସ ଅଧିକ୍ଷକ ରାହୁଲ ଜୈନ, ପଙ୍କଜ ମଲହାନ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ ଅନୁଗୁଳ ଯୋଗଦାନ କରି ଶିକ୍ଷାନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ନିମନ୍ତେ ସହଯାଗର ହାତ ବଢାଇଥିଲେ । ଏହି ଅବସରରେ ମହାବିଦ୍ୟାଳୟରେ ପୂର୍ବରୁ କାର୍ଯ୍ୟ କରିଥିବା ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଚକ୍ରଧର ବିଶ୍ୱାଳ, ଡଃ ଚୈତନ୍ୟ ସାହୁଙ୍କ ସମେତ ସମସ୍ତ ଅଧ୍ୟାପକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁରୂପ ଭାବରେ ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ପୂର୍ବତନ ଛାତ୍ର ସଂଘ ସଭାପତି ସରୋଜ କୁମାର ପାଣିଗ୍ରାହୀଙ୍କ ସମେତ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଶିକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ତଥା ନିକଟସ୍ଥ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମହାବିଦ୍ୟାଳୟର ବରିଷ୍ଠ ପ୍ରଫେସର ଡ଼ଃ ପୂର୍ଣ୍ଣଚନ୍ଦ୍ର ବେହେରା, ଛାତ୍ର ସଂସଦ ଉପଦେଷ୍ଟା ଡଃ ପ୍ରତୁ୍ୟଷ ରଞ୍ଜନ ସାହୁ ଓ ସହ ଉପଦେଷ୍ଟା ଶ୍ରୀମାନ୍ ବନମାଳୀ ବାଗ, ନିର୍ବାହୀ କମିଟି ସଦସ୍ୟ ଡକ୍ଟର ଅଜୟ କୁମାର ସ୍ୱାଇଁ, ସୁଶ୍ରୀ ମିତାଲି ସ୍ୱାଇଁ, ଡଃ ପ୍ଲାବନି ବଳ, ଚନ୍ଦ୍ରଶେଖର ବେହେରା, ବିପିନ୍ କୁମାର ଓଝା, ପ୍ରମୋଦ କୁମାର ପ୍ରଧାନଙ୍କସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏଥିରେ ସାମିଲ ହୋଇଥିଲେ । ସହକାରୀ ପ୍ରଫେସର ଶ୍ରୀମାନ୍ ବନମାଳୀ ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରଫେସର ଡକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।