‘ଗ୍ରାଣ୍ଡ ପ୍ୟାରେଂଟସ ଡେ’ କାର୍ଯ୍ୟକ୍ରମ

 ବ୍ୟାସନଗର : ଦେବ ଇଂଟର ନ୍ୟାସନାଲ ସ୍କୁଲଠାରେ ଜୁନିଅର,ସିନିୟର କେଜି ପିଲାଙ୍କ ଦାଦାଦାଦିଙ୍କୁ ନେଇ ଗ୍ରାଣ୍ଡ ପାରେଂଟସ ଡେ ଅନୁଷ୍ଠିତ ହୋଇଯାଇଛି । କର୍ଯ୍ୟକ୍ରମରେ ଅତିଥି ଭାବେ ମୁଖ୍ୟ ପ୍ରଶାସନିକ ଅଧିକାରୀ ଇଂ ନିର୍ମଳ କୁମାର ରଣା, ଅଧ୍ୟକ୍ଷ ବୁଦ୍ଧଦେବ ରାଉତ, ଏକାଡେମିକ କୋ ର୍ଡିନେଟର ସୋନିଆ ବେଦୀ ଯୋଗ ଦେଇ ଦୀପ ପ୍ରଜ୍ୱଳିତ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଏକାଡେମୀକ ମୁଖ୍ୟ ବଲବୀର ସିଂ ବେଦୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା । ବେଲୁନ୍ ଓ ଫୁଲମାଳରେ ଶିକ୍ଷାନୁଷ୍ଠାନ ସଜାଯାଇଥିବାବେଳେ କୁନି କୁନି ପିଲା,ସେମାନଙ୍କ ଦାଦା ଦାଦି ଓ ଅଭିଭାବକ ମାନଙ୍କୁ ସ୍ୱାଗତ ଲାଗି ବିଦ୍ୟାଳୟ ଅଭିନବ ପଦକ୍ଷେପ ଗ୍ରହଣ କରିଥିଲା । ବିଦ୍ୟାଳୟ ମୂଖ୍ୟ ଦ୍ୱାରରେ ସମସ୍ତ ପିଲା ଓ ଦାଦା ଦାଦିଙ୍କୁ ପୁଷ୍ପ,ତିଲକ ଦ୍ୱାରା ସ୍ୱାଗତ କରାଯାଇଥିଲା । କୁନି କୁନି ପିଲାଙ୍କର ନାଚ,ଗୀତ କାର୍ଯ୍ୟକ୍ରମ ମଧ୍ୟ ରହିଥିଲା । ପିଲାଙ୍କର ଦାଦା ଦାଦି ମାନେ ନିଜର ପ୍ରତିଭା ଯେପରିକି ନାଚ ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ହେମାଙ୍ଗିନୀ ଦେହୁରୀ, ବିଷ୍ଣୁପ୍ରିୟା ପଟ୍ଟନାୟକ, ଅପରିମିତା ସାମଲ, ସ୍ମିତା ପଣ୍ଡା, ନିଲମ ମିଶ୍ର, ସ୍ରୋତାଶ୍ୱିନୀ ପୃଷ୍ଟି, ନିବେଦିତା ଦାଶ, ପ୍ରଭାସିନୀ ଚିନାରା,ସାଗରିକା ଗୁରୁ, ପ୍ରାର୍ଥନା ଦାସ,ଅଞ୍ଜନା ମହାପାତ୍ର, ରୋଜାଲିନ ସାମନ୍ତରାୟ,ମିନତି ବାରିକ,ପ୍ରିୟତମା ଜେନା,ଦିପ୍ତିମୟୀ,ସୁମିତ୍ରା, ବୀଣାପାଣି ନାୟକ, ଇତିଶ୍ରୀ ସ୍ୱାଇଁ ,ମଧୁସ୍ମିତା ଚକ୍ରବର୍ତୀ ପ୍ରମୁଖ ଯୋଗଦେଇ କୁନିକୁନି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।