ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲରେ ବିଜ୍ଞାନମେଳା
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲରେ ବାର୍ଷିକ ବିଜ୍ଞାନ ମେଳା ଗତ ୭ ଓ ୮ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ଓ ଏହି ବିଜ୍ଞାନମେଳାକୁ ସ୍କୁଲ ପରିଚାଳନା କମିଟି ମୁଖ୍ୟ ଡ଼ ଗୋଲକ ବିହାରୀ ସ୍ୱାଇଁ ଉଦଘାଟନ କରିଥିଲେ ଓ ଏହି ଉପଲକ୍ଷେ ସ୍କୁଲ ଉପାଧକ୍ଷ ମନୋଜିତ ନାୟକଙ୍କପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉସôବରେ କଷଣଅଣ୍ଟା ହାଇସ୍କୁଲ ପ୍ରାକ୍ତନ ପ୍ରଧାନଶିକ୍ଷକ କବି ସଚିତ୍ର ବେହୁରା ମୁଖ୍ୟଅତିଥି,ପ୍ରାକ୍ତନ ପ୍ରଶାସକ ବ୍ରଜବନ୍ଧୁ ଧଳ ମୁଖ୍ୟବକ୍ତା, ଶିକ୍ଷାବିତ ସୁରେଶ ଜେନା ସମ୍ମାନିତଅତିଥି ଭାବେ ଯୋଗ ଦେଇ ସ୍କୁଲର ଛାତ୍ରଛାତ୍ରୀମାନେ ନିଷ୍ଠାର ବିଜ୍ଞାନ ଶିକ୍ଷା କଲେ ଜୀବନରେ ସଫଳତା ହାସଲ କରିପାରିବେ ବୋଲି ମତପ୍ରକାଶ କରିଥିଲେ ଓ ର୍ନିେଶକ ଇଂ ଦେବବ୍ରତ ସ୍ୱାଇଁ ସ୍କୁଲର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ଓ ଶିକ୍ଷୟତ୍ରୀ ଭାଗ୍ୟଶ୍ରୀ ବିହାନି ଓ ରଶ୍ମିପ୍ରଭା ତ୍ରିପାଠୀ ଅତିଥିପରିଚୟ ପ୍ରଦାନ କରିଥିଲେ ଓ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ ଓ ଶେଷରେ ଯଶୋଦାରାଣୀ ଲେଙ୍କା ଧନ୍ୟବାଦ ଦେଇଥିଲେ ଓ ଏହି ବିଜ୍ଞାନମେଳାରେ ୧୯୦ଟି ପ୍ରକଳ୍ପ ସ୍ଥାନ ପାଇଥିଲା ଓ ଏହି କାର୍ଯ୍ୟକ୍ରମକୁ ଆଙ୍କାକ୍ଷା ବେହେରା, ଇତିଶ୍ରୀ ସ୍ୱାଇଁ, ମଧୁମିତା ପଣ୍ଡା, ମିତାଞ୍ଜଳୀ ସ୍ୱାଇଁ ଓ ବିଜୟ କୁମାର ନନ୍ଦଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀମାନେ ପରିଚାଳନା କରିଥିଲେ