ଟ୍ରାକ୍ଟର ଦୁର୍ଘଟଣା, ଡ଼୍ରାଇଭର ମୃତ
ନୂଆପଡା: ଖଡିଆଳ ବ୍ଲକ ଅନ୍ତର୍ଗତ କିରକିଟା ଗ୍ରାମ ନିକଟରେ ଆଜି ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଟ୍ରାକ୍ଟର ଡ଼୍ରାଇଭରଙ୍କ ମୃତୁ୍ୟ ଘଟିଛି । ଦୁର୍ଘଟଣା ଘଟିଥିବା ଟ୍ରାକ୍ଟର ଖଡ଼ିଆଳ ବ୍ଲକର ନେହେନା ଗ୍ରାମର ହୋଇଥିବା ବେଳେ ଡ଼୍ରାଇଭର ଜଣକ ଚିଚେର ଗ୍ରାମର ଟୁକେଶ୍ୱର ବାଗ ବୋଲି ଜଣାପଡିଛି ।