ବିଦ୍ୟାଳୟ ପରିସରରୁ ନାଗ ସାପ ଉଦ୍ଧାର
ନୀଳଗିରି: ନୀଳଗିରି ଏନଏସି ଅନ୍ତର୍ଗତ ୧୧ ନମ୍ବର ୱାଡ଼ ଷ୍ଟେସନ ସାହି ପ୍ରାଥମିକ ବିଦ୍ୟାଳୟ ପାଇଖାନାରୁ ଏକ ବିରଳ ପ୍ରଜାତିର ୬ ଫୁଟ ଲମ୍ବର ଏକ ନାଗ ସାପ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଆଜି ଅପରାହ୍ନ୍ନ ସମୟରେ ଦୁଇ ଗୋଟି ନାଗ ଉକ୍ତ ବିଦ୍ୟାଳୟ ପଛ ପାଖରେ ଥିବା ଡ୍ରେନ୍ରେ ଖେଳୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ସଂଗେସଂଗେ ନୀଳଗିରି ବନ ବିଭାଗ ଅଧିକାରିଣୀ ଆଇଶା ଆକ୍ତର ନିଶାଙ୍କୁ ଖବର ଦେଇଥିଲେ । ତେବେ ସାପ ଧରାଳି ହରେକୃଷ୍ଣ ରାଉତ ବିଳମ୍ବରେ ପହଞ୍ଚି ଥିଲେ । ଡ୍ରେନ୍ ଭିତରୁ ସାପ ଦୁଇଟି ବାହାରିଥିଲେ । ସେଥିରୁ ଏକ ନାଗ ପାଇଖାନାରେ ରହିଯାଇଥିଲା ବେଳେ ଅନ୍ୟ ସାପଟି ନିକଟ ଗ୍ରାମବାସୀଙ୍କ ବାଡ଼ି ଭିତରେ ପଶିଯାଇଥିଲା । ପରେ ପାଇଖାନାରୁ ଗୋଟିଏ ସାପକୁ ଉଦ୍ଧାର କରାଯାଇ ନୀଳଗିରି ବନ ବିଭାଗ ଅଫିସକୁ ଅଣାଯାଇ ଜିମା ଦିଆଯାଇଥିଲା । ପରେ ବନବିଭାଗ ପକ୍ଷରୁ ନୀଳଗିରି ସ୍ୱର୍ଣଚୂଡ଼ ପାଦ ଦେଶ ଜଙ୍ଗଲରେ ଉକ୍ତ ନାଗକୁ ଛାଡି ଦିଆଯାଇଥିଲା ।