ଘରେ ପଶି ସୁନାଅଳଙ୍କାର ଲୁଟ୍ 

 ଆସିକା : ଆସିକା ଥାନା ଅନ୍ତର୍ଗତ ଗୁଣ୍ଠପଡା ପଂଚାୟତର ସୁମନ୍ତ ପଲ୍ଲୀ ଗ୍ରାମରେ କୌଣସି ଏକ ଦୁର୍ବୃତ୍ତ ଘର କବାଟ ଭାଙ୍ଗି ଘରେ ଥିବା ସୁନା ଅଳଙ୍କାର ଲୁଟ୍ କରିଥିବା ନେଇ ଆସିକା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନଯାୟୀ, ସୁମନ୍ତପଲ୍ଲୀ ଗ୍ରାମର ତ୍ରିନାଥ ସେଠିଙ୍କର କେହି ଘରେ ନଥିବା ସମୟରେ ବାରି କବାଟକୁ ଭାଙ୍ଗି ଘରେ ପଶି ୩ ଭରି ଓଜନର ସୁନା ଅଳଙ୍କାର ଏବଂ ନଗଦ ୨୫ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ କରିଛନ୍ତି । ଆସିକା ପୁଲିସ ଅଭିଯୋଗକୁ ଭିତ୍ତି କରି ଥାନା କେସ୍ ନମ୍ବର ୪୪୨/୨୫ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।