ଦିବ୍ୟାଙ୍ଗ ଛାତ୍ରୀଙ୍କୁ ପ୍ରେରଣା ସମ୍ମାନ 

ନୂଆପଡା : ଗତ ୨୦୨୪-୨୫ ଶିକ୍ଷାବର୍ଷର ଦଶମ ବୋର୍ଡ ପରୀକ୍ଷାରେ ଖଡ଼ିଆଳ ବ୍ଲକରୁ ୧୪ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବିଭିନ୍ନ ବିଦ୍ୟାଳୟରୁ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ୧୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ । ତନ୍ମଧ୍ୟରୁ ବାଦୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ ଅନୁସୂୟା ନାଗ   ୭୭.୬୬ ଶତକଡା ସହିତ ଈ୧ ଗ୍ରେଡ ରେ ପାସ୍ କରିଥିଲେ । ତାଙ୍କର ଏହି କୃତିତ୍ୱ ପାଇଁ ସ୍ୱାଭିମାନ ପକ୍ଷରୁ  ଭୁବନେଶ୍ୱର ଜୟଦେବ ଭବନ ଠାରେ ରାଜ୍ୟ ସ୍ତରୀୟ ପ୍ରେରଣା ସମ୍ମାନରେ ସମ୍ମାନିତ କରାଯାଇଛି । ଛାତ୍ରୀ ଜଣକ ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କୁ ସବୁବେଳେ ସାହାଯ୍ୟ ସହଯୋଗ ଓ ପ୍ରେରଣା ଯୋଗାଉଥିବା ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ କୁମାର ପାଣିଗ୍ରାହୀ ତାଙ୍କ ନିଜ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ନିଜର ପିତାମାତାଙ୍କୁ ଶ୍ରେୟ ଦେଇଛନ୍ତି ।