ଘରୋଇ ଶିକ୍ଷାନୁଷ୍ଠାନ ବିରୋଧରେ ବିଧାୟକଙ୍କୁ ଅଭିଯୋଗ
ଜଗତସିଂହପୁର: ଡ୍ରିମ୍ ଇଣ୍ଡିଆ ଘରୋଇ ଶିକ୍ଷାନୁଷ୍ଠାନ ଉପରେ ଅଭିଯୋଗ କରି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ଶିକ୍ଷାବର୍ଷ ସମାପ୍ତ ହେବାକୁ ଥିଲାବେଳେ ପିଲାମାନଙ୍କୁ ସ୍କୁଲ ୟୁନିଫର୍ମ ମିଳିନାହିଁ, ପିଲାଙ୍କୁ ପରିଚୟ ପତ୍ର ମିଳିନାହିଁ, ଶୌଚାଳୟରେ ସ୍ୱଛତାର ଅଭାବ ହେତୁ ଶିଶୁମାନେ ବାରମ୍ବାର ଅସୁସ୍ଥର ସମ୍ମୁଖୀନ ହେଉଥିବାନେଇ ଅଭିଯୋଗ ହେଉଛି । ନର୍ସରୀ ଶ୍ରେଣୀ ୧ ମ ପର୍ଯ୍ୟନ୍ତ ବାର୍ଷିକ କ୍ରୀଡାରେ ଅଭିଭାବକଙ୍କୁ ସ୍କୁଲରେ ତାଲା ପକାଇବାଭଳି ଅଭାବନୀୟ ଘଟଣା ମଧ୍ୟ ଘଟିଛି । ବାର୍ଷିକ କ୍ରୀଡାରେ ଶିଶୁଙ୍କ ପାଇଁ ମଧ୍ୟାହ୍ନ ଭୋଜନର ହୋଇନଥିବା କାରଣରୁ ପିଲାମାନେ ଭୋକ ଉପାସରେ ରହିଥିଲେ । ଏଠାରେ ପିଲାଙ୍କୁ କୌଣସି ସୁବିଧା ମିଳିନଥିଲା, ଅଧିକା ଅର୍ଥ ଖର୍ଚ୍ଚ ହୋଇଯିବ ବୋଲି ଗ୍ଲୁକୋଜ ଦିଆଯାଇନଥିବା ଅଭିଯୋଗ ହୋଇଛି ।
ପ୍ରିନ୍ସିପାଲ ଜିତା ମିଶ୍ର ଓ ଭାଇସି ପ୍ରିନ୍ସିପାଲ କବିତା ମିଶ୍ରଙ୍କ ପକ୍ଷରୁ ଅଭିଭାବକଙ୍କୁ ଦୁର୍ବ୍ୟବହାର କରାଯିବା, ଯଦି କୌଣସି ଅଭିଭାବକ ଅଭିଯୋଗ କରନ୍ତି ସେମାନଙ୍କ ପିଲାଙ୍କୁ ସରକାରୀ ବିଦ୍ୟାଳୟକୁ ନେଇଯିବାପାଇଁ ଧମକ ଦିଅନ୍ତି ପିଲାମାନଙ୍କ ଫିସ୍ରେ ପ୍ରିନ୍ସିପାଲ ଜିତା ମିଶ୍ର ଓ ଭାଇସି ପ୍ରିନ୍ସିପାଲ କବିତା ମିଶ୍ର ବିଦ୍ୟାଳୟ ଉନତି ପରିବର୍ତ୍ତେ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ କରିଛନ୍ତି । ସ୍କୁଲରେ ହେଉଥିବା ଦୁର୍ନୀତି ବିରୋଧରେ ଯେଉଁ ଶିକ୍ଷକ ସ୍ୱର ଉଠାଉଛନ୍ତି ତାଙ୍କ ସ୍ୱରକୁ ଚପାଇଦେବାପାଇଁ ବାହାର କରିଦେଇଛନ୍ତି । ପ୍ରିନସିପାଲ ଓ ଭାଇସି ପ୍ରିନ୍ସିପାଲ ଉଭୟ ବାହାର ଜିଲ୍ଲାର ହୋଇଥିବା ବେଳେ ସେମାନଙ୍କର ଦବଙ୍ଗଗିରିରେ ପିଲାମାନଙ୍କ ସମେତ ଅଭିଭାବକ ମାନେ ଅତିଶୟ ହୋଇପଡିଲେଣି । ବିଦ୍ୟାଳୟରେ ୪ ସହରୁ ଉର୍ଦ୍ଧ ପିଲା ପଢ଼ୁଥିବାବେଳେ ନର୍ସରୀ ପିଲାଙ୍କ ଠାରୁ ବାର୍ଷିକ ୨୨ ହଜାର ଓ ୧ ରୁ ଅନ୍ୟ ଶ୍ରେଣୀ ପିଲାମାନଙ୍କ ଠାରୁ ବାର୍ଷିକ ୨୬ ରୁ ୨୭ ହଜାର ପର୍ଯ୍ୟନ୍ତ ଟଙ୍କା ପର୍ଯ୍ୟନ୍ତ ଫିସ୍ ନେଉଛନ୍ତି । ସେହି ଅର୍ଥରେ ସ୍କୁଲରେ ପାଠ ପଢାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦରମାନେଉଥିବାବେଳେ, ପିଲାଙ୍କ ପ୍ରତି ଅହେତୁକ ଅବହେଳା ଓ ପାଠ ପଢାରେ ବ୍ୟାହତ ହେଉଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଆଜି ଅଭିଭାବକମାନଙ୍କ ପକ୍ଷରୁ ଶୁଭଶ୍ରୀ ରାୟ, ସ୍ନିଗ୍ଧାରାଣୀ, ଚିନ୍ମୟୀ ଜେନା, ଶକ୍ତି ପ୍ରସାଦ ନନ୍ଦଙ୍କ ସମେତ ଅଭିଭାବକ ମାନେ ଗତ ୨୯ ତାରିଖରେ ଜଗତସିଂହପୁର ବିଧାୟକ ଦାସଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଥିଲେ । ବିଧାୟକ ଶ୍ରୀଯୁକ୍ତ ଦାସ ଅଭିଯୋଗ ପତ୍ରକୁ ଜଗତସିଂହପୁର ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇଥିଲେ । ଅଭିଭାବକମାନେ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ସମସ୍ତେ ଘଟଣା ବିଷୟରେ ଅବଗତ କରାଇଥିଲେ । ଉପଜିଲ୍ଲାପାଳ ସ୍କୁଲ କର୍ତ୍ତୃପକ୍ଷଙ୍କୁ ବୈଠକ ପାଇଁ ଡକାଇଥିଲେ ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ୨ ତାରିଖ ଦିନ ଧର୍ଯ୍ୟ କରିଥିଲେ । ଅଭିଭାବକମାନେ ସ୍କୁଲ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଉଥିବା ବେଳେ, ଏଡିଏମ୍ ଘଟଣା ସ୍ଥଳରେ ପହଂଚି ବୁଝା ସୁଝା କରିଥିଲେ । ଏ ସମ୍ପର୍କରେ ପ୍ରିନସିପାଲ ଶ୍ରୀମତୀ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ ଯେ ସ୍କୁଲରୁ ବିଦା ହୋଇଥିବା ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ମିଳିଥିବାବେଳେ, ଅନ୍ୟ ଅଭିଯୋଗର ସମାଧାନ ପାଇଁ ସ୍କୁଲ ପକ୍ଷରୁ ୭ ଦିନ ସମୟ ନିଯାଇଥିବା ସୂଚନା ପ୍ରଦାନ କରିଛନ୍ତି ।