ବଜ୍ରପାତରେ ମହିଳାଙ୍କ ମୃତୁ୍ୟ

 ବରଗଡ : ବରଗଡ ସଦର ବ୍ଳକ ନିଲେଶ୍ୱର  ପଞ୍ଚାୟତ ବାନେ୍ଦନବାହାଲ ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି । ମୃତା ମହିଳା ବାନେ୍ଦନବାହାଲ ଗାଁର ରାଜେନ୍ଦ୍ର ସାଙ୍କ ପନôୀ ପଦ୍ମାଳୟା ସା (୫୦) ବୋଲି ଜଣାପଡିଛି । ଶୁକ୍ରବାର ଅପରାହ୍ନ ପ୍ରାୟ ୪ ଟାରେ ପଦ୍ମାଳୟା ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟିଥିଲା । ଗୁରୁତର ଆହତ ଅବସ୍ଥାରେ ପଦ୍ମାଳୟାକୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ବରଗଡ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ତାଙ୍କ ମୃତ ଦେହ ରଖାଯାଇଥିବା ବେଳେ ଆସନ୍ତା କାଲି ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି ।