ଘୋଷଣାରେ ସୀମିତ ପୌର ପରିଷଦର କାର୍ଯ୍ୟାନୁଷ୍ଠାନ
ତାଳଚେର : ରାଜ୍ୟରେ ବ୍ୟାପୁଥିବା ହଇଜା ଯୋଗୁଁ ବ୍ୟବସାୟୀମାନେ ଦହିବରା, ଚାର୍ଟ, ଚାଓମିନ୍, ମଥୁରାକେକ୍, ଗୁପଚୁପ, ଫାଷ୍ଟଫୁଡ଼୍ ଇତ୍ୟାଦି ଖାଦ୍ୟ ସାମଗ୍ରୀର ତା ୨୮/୦୬/୨୦୨୫ ରିଖ ଶନିବାର ଠାରୁ ତା ୧୫/୦୭/୨୦୨୫ ରିଖ ମଙ୍ଗଳବାର ପର୍ଯ୍ୟନ୍ତ ତାଳଚେର ପୌରପରିଷଦ ପକ୍ଷରୁ ଚିଠି ନମ୍ବର ଓ ବିନା ତାରିଖ ନମ୍ବରରେ ଏକ ନିଦେ୍ର୍ଦଶନାମା ଜାରି କରାଯାଇଥିଲା । ମାତ୍ର ବର୍ତ୍ତମାନ ସୁଦ୍ଧା ଏହି ବ୍ୟବସାୟୀମାନେ ଫାଷ୍ଟଫୁଡ଼ ଖାଦ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଛି । କେବଳ ପୌରପରିଷଦ ନୋଟିସ୍ ମାରି ଚୁପ୍ ହୋଇ ବସି ରହିଥିବାବେଳେ ସେହିଭଳି ଗତ ୦୨/୦୫/୨୦୨୫ ପତ୍ର ନଂ- ୧୪୭୮ରେ ରାଣୀପାର୍କର ସରକାରୀ ଜମିରେ ପ୍ରାୟ ୩୦ଟି ପରିବାର ଘର ନିର୍ମାଣ କରି ସେଠାରେ ଆଜକୁ ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଏ ଖବର ପ୍ରସାରଣ ହେବା ପରେ ତାଳଚେର ପୌରପରିଷଦ ପକ୍ଷରୁ ଉକ୍ତ ଜବରଦଖଲ ଜମିକୁ ୭ଦିନ ମଧ୍ୟରେ ଖାଲି କରିବାକୁ ନିଦେ୍ର୍ଦଶନାମା ଜାରି ହୋଇଥିଲା । ମାତ୍ର ଏପରି କ’ଣ ହେଲା ଯେ ୭ଦିନ ଯାଇ ମାସାଧିକା କାଳ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ହୋଇ ପାରିନଥିବା ସେହି ଅଂଚଳବାସୀ ପ୍ରକାଶ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ ତାଳଚେର ପୌରପରିଷଦ କେବଳ ଘୋଷଣାରେ ସୀମିତ ରହି କାହିଁକ ଚୁପ୍ ହୋଇ ବସି ରହୁଛନ୍ତି ? ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ବୃଦ୍ଧି ପାଇବା ସହିତ କିଛି ଅସାଧୁ କର୍ମଚାରୀଙ୍କର ନିଜର ସ୍ୱାର୍ଥ ହାସଲ ପାଇଁ ଏପରି ନୋଟିସ୍ କରି ଲୋକଙ୍କୁ ଭୟଭୀତ କରାଇ ନିଜର ପକେଟ୍ ଭର୍ତ୍ତି କରୁଥିବାକୁ ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ଯୋଗଯୋଗ କରାଯାଇଥିଲେ ମଧ୍ୟ ନିର୍ବାହୀ ଅଧିକାରୀଙ୍କର କୌଣସି ପ୍ରତିକି୍ରୟା ମିଳିପାରି ନାହିଁ ।