ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର
ତାଳଚେର: ତାଳଚେର ଉପଖଣ୍ଡ କଣିହାଁ ଥାନା ଅନ୍ତର୍ଗତ ଲୋଧାଝରି ଗ୍ରାମର ସୁଭଦ୍ରା ପାଡ଼ିନ ଆଜକୁ ପ୍ରାୟ ଦଶଦିନ ହେବ ନିଖୋଜ ହୋଇଥିବାବେଳେ ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଘଟଣାରୁ ପ୍ରକାଶ, ଉକ୍ତ ବାଳିକା ୪ବର୍ଷ ଧରି ଭଭବନେଶ୍ୱର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । କିଛି ଦିନ ତଳେ କମ୍ପାନୀରୁ ଛୁଟି ନେଇ ଘରକୁ ବୁଲି ଆସିଥିଲେ । ଗତ ୨୬ ତାରିଖ ଦିନ ପୁନଶ୍ଚ ଭୁବନେଶ୍ୱର ଯିବାକୁ ଘରୁ ବାହାରିଥିଲେ । ତାଳଚେର ରେଳଷ୍ଟେସନରେ ପଂହଚି ଟ୍ରେନ ନଥିବା ଜାଣିବାକୁ ପାଇଥିଲେ । ତେଣୁ ଅଟୋରିକ୍ସାରେ ତାଳଚେର ରୋଡ଼ ଷ୍ଟେସନକୁ ଯାଇଥିଲେ । କିନ୍ତୁ ରିକ୍ସାରେ ଯିବା ପରେ ସୁଭଦ୍ରାଙ୍କ ହଠାତ୍ ଫୋନ ସୁଇଚ୍ଅଫ ହୋଇଗଲା । ଘର ଲୋକ ଯେତେ ଚେଷ୍ଟା କଲେ ବି ଯୋଗାଯୋଗ କରିପାରିନଥିଲେ । ବହୁ ଖୋଜାଖୋଜି ପରେ ଝିଅକୁ ପାଇନଥିଲେ । ପରିବାର ଲୋକେ ରେଳଷ୍ଟେସନରେ ଥିବା ଫାଣ୍ଡିରେ ଝିଅ ନିଖୋଜ ଥିବା ତାଙ୍କ ଭାଇ ଲିଖିତ ଅଭିଯୋଗ କରିଥିଲେ । ଝିଅର ବାପା ପଞ୍ଚାନନ ମଧ୍ୟ ଝିଅକୁ ଅଟୋଚାଳକ ଅପହରଣ କରିଥିବା ସନେ୍ଦହ କରି ଥାନାରେ ପ୍ରକାଶ କରିଥିଲେ । ତେବେ ବଅଁରପାଳ ଥାନା ଭୋଗବେରଣୀ ପଂଚାୟତ କେନ୍ଦୁପଲ୍ଲୀ ନିକଟ ଗାଁ ବିଲମାଳରୁ ଆଜି ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାରିପାଶ୍ୱର୍ିକ ସ୍ଥିତିରୁ ଜଣାପଡ଼େ କି, ପ୍ରମାଣ ନଷ୍ଟ କରିବାକୁ ଯାଇ ଯୁବତୀଙ୍କୁ ଗଣକୁକର୍ମ ପରେ ଜାଳିପୋଡ଼ି ମାରି ଦେଇଥିବା ସନେ୍ଦହ କରାଯାଉଛି । ତେବେ ଘଟଣାସ୍ଥଳରେ ବଅଁରପାଳ ପୁଲିସ୍ ପଂହଚି ଅଧିକ ତଦନ୍ତ ଚଳାଇଛି ।