ଚଟୁଆ ଉଚ୍ଚ୍ ବିଦ୍ୟାଳୟରେ ଯୋଗଦେଲେ ଗଣିତ ଶିକ୍ଷକ
ଏରସମା : ଏରସମା ବ୍ଲକ ଚଟୁଆ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ଓ ନୂତନ ପ୍ରଧାନ ଶିକ୍ଷକ ନିଯୁକ୍ତି ଦିଆଯିବା ପାଇଁ ଦୀର୍ଘଦିନ ହେବ ପରିଚାଳନା କମିଟି ଦାବି କରି ଆସୁଥିଲା । ଚଟୁଆ ଉଚ୍ଚ୍ଚ ବିଦ୍ୟାଳୟ ସହିତ ଚଟୁଆ ପ୍ରାଥମିକ ସ୍କୁଲୁ ଯୋଡ଼ି ହୋଇଥିବାରୁ ଚଟୁଆ ସ୍କୁଲରେ ଚଟୁଆ ଓ ପାଟପୁରୁ ଦୁଇ ପଞ୍ଚାୟତର ପ୍ରାୟ ୩୯୦ ଜଣ ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଛନ୍ତି । ଗଣିତ ଶିକ୍ଷକ ନଥିବାରୁ ପାଠ ପଢ଼ାରେ ବାଧାପ୍ରାପ୍ତ ସୃଷ୍ଟି ହେଉଥିବାରୁ ଥାଶୀଘ୍ର ଚଟୁଆ ଉଚ୍ଚ ବିଦ୍ୟାଳୟକୁ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ସହିତ ନୂତନ ଗଣିତ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବଦତ୍ତ ସାହାଣୀ ବାଲିକୁଦା ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନାଙ୍କୁ ଲିଖିତ ଅଭିଯୋଗ କରିଥିଲେ । ବିଧାୟକ ଶ୍ରୀ ଜେନା ଜଗତସିଂହପୁର ଡିଇଓ ସହିତ ଯୋଗାଯୋଗ କରି ନୂତନ ଗଣିତ ଗେଷ୍ଟ ଶିକ୍ଷକ ଭାବେ ସୁଶାନ୍ତ କୁମାର ସାହୁଙ୍କୁ ଚଟୁଆ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି କରାଇଛନ୍ତି ।