ଚନ୍ଦନ ମହୋତ୍ସବ ପାଳିତ 

ଭୁବନେଶ୍ୱର : ଏକାମ୍ର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପାରିବାରିକ ଚନ୍ଦନ ମହୋତ୍ସବ କେଦାର ଗୌରୀ ରିସୋର୍ଟରେ ପାଳିତ ହୋଇଛି । ସଂଗଠନ ସଭାପତି ହୃଷୀକେଶ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଚନ୍ଦନ ଉତ୍ସବର ପ୍ରାସଗିଙ୍ଗତା ବାବଦରେ ବୁଝାଇ ଥିଲେ । ଉତ୍ସବରେ ମୁଖ୍ୟଅତିଥି ଭାବେ ସିଆରପିଏଫର ପ୍ରାକ୍ତନ ଆଇଜି ସୁବ୍ରତ କୁମାର ମିଶ୍ର ଯୋଗଦେଇ ନିଜର ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ରୋମାଞ୍ଚକର ଅନୁଭୁତି ସମ୍ପର୍କରେ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ସମ୍ବାଦିକ  ନବୀନ  କୁମାର  ଦାସ ବରିଷ୍ଠ ମାନେ ସମାଜର ଅପରିହାର୍ଯ୍ୟ  ଅଙ୍ଗ ଏକ ଉଦାହରଣ  ଦେଇ ବରିଷ୍ଠଙ୍କୁ ଘୃଣା ଚକ୍ଷୁରେ ଦେଖୁଥିବା ଦେଶର ରାଜାକୁ କିଭଳି ଶେଷରେ ନତମସ୍ତକ ହେବାକୁ ପଡିଥିଲା ତାହାର ଉଦାହରଣ ଦେଇ ପୂଜା ପୂଜ ଏ ଜାତି ସଦାସର୍ବଦା ସମ୍ମାନ ଦେଇ ଆସିଅଛି ବୋଲି କହିଥିଲେ । ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରି ସଭାପତି ଗିରିଜା ନନ୍ଦନ ମହାନ୍ତି ବରିଷ୍ଠ ନାଗରିକଙ୍କ ଦାବିପ୍ରତି ମହାସଂଘ ସଦାସର୍ବଦା ସମ୍ବେଦନଶୀଳ ବୋଲି କହିଥିଲେ । ଉପଦେଷ୍ଟା ରାଜେନ୍ଦ୍ର ସମର୍ଥା ଓଡିଶାର ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମଞ୍ଚ ଉପରେ ସମ୍ମାନିତ କରିବାର ଏକ ନିଆରା ପରମ୍ପରା ସୃଷ୍ଟି କରିଛି ଏହି ସଂଗଠନ, ଏହା ଆଗାମୀ ଦିନରେ ଜାରିରହିବ ବୋଲି କହିଥିଲେ । ବିଧାୟକ ବାବୁ ସିଂ, ରୁଦ୍ର ପ୍ରସାଦ ସାମନ୍ତରାୟ, ଭୁବନେଶ୍ୱର ବାର ଆସୋସିଏସନ୍ ସମ୍ପାଦକ ସତ୍ୟନାରାୟଣ ସେନାପତିଙ୍କ ନେତୃତ୍ୱରେ ଯୁଗ୍ମ ସମ୍ପାଦକ ରଶ୍ମିରଞ୍ଜନ ମହାନ୍ତି, ନିହାର ରଞ୍ଜନ ସେଠୀ, ସିକ୍ତ ସିଦ୍ଧାର୍ଥ ମହାନ୍ତି, ଯଦୁମଣୀ ପ୍ରଧାନ, ସରୋଜ ମହାପାତ୍ର, ଲକ୍ଷ୍ମୀଧର ପରିଡାଙ୍କ ସହିତ ଏକ ପ୍ରତିନିଧି ମଣ୍ଡଳି ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କୁ ସମସ୍ତ ପ୍ରକାର ଆଇନ ସହାୟତା ଦିଆଯିବ ବୋଲି କହିଥିଲେ । ଏ ବର୍ଷ ଡ. ରବି ନାରାୟଣ ପଣ୍ଡା, ରୁଦ୍ର ନାରାୟଣ  ପଟ୍ଟନାୟକ, ଆର୍ତ୍ତତ୍ରାଣ ପଣ୍ଡା, ପ୍ରତାପ ଚନ୍ଦ୍ର ଚୌଧୁରୀ, ନିରଞ୍ଜନ ବିହାରୀ, ଉମେଶ ଚନ୍ଦ୍ର ମହାନ୍ତି, ପ୍ରମୁଖଙ୍କୁ ଜନାର୍ଦ୍ଦନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ "ଏକାମ୍ର ଚନ୍ଦନ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନ କାର୍ଯ୍ୟକାରୀ ସଭାପତି ଡ. ନୀତି ରଞ୍ଜନ ଚାନ୍ଦ ଧନ୍ୟବାଦ ଅର୍ପଣ  କରିଥିଲେ । ଅନୁଷ୍ଠାନର ବିମଳ ପଟ୍ଟନାୟକ, ରୁଦ୍ର ପ୍ରସାଦ ମହାପାତ୍ର, ସୁଧାଂଶୁ ଶେଖର ମିଶ୍ର, ସକଳେଶ୍ୱର ପଟ୍ଟନାୟକ, ଅଶୋକ ଆଚାର୍ଯ୍ୟ, ବିଜୟ ମଲିଆ, ଗୌରପ୍ରସାଦ ମହାନ୍ତି, ସତ୍ୟବ୍ରତ ନନ୍ଦ, ସରୋଜ ପଣ୍ଡା, ମୁନ୍ନା ମହାନ୍ତି, ଗୌର ମୋହନ ଦାଶ ପ୍ରମୁଖ ପରିଚାଳନା କରିଥିଲେ ।