ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ବିକଳ ଚିତ୍ର : ଲାଇନ୍ ଗଲେ ମାତୃ ଓ ଶିଶୁ ବିଭାଗ ଅନ୍ଧାର
ଚମ୍ପୁଆ: ୧୯୧୦ ମସିହାରେ ନିର୍ମିତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ତଥା ରେଫରାଲ ମେଡିକାଲ ଭାବେ ପରିଚିତ ଚମ୍ପୁଆ ଡାକ୍ତରଖାନା ତାହାର ଗୌରବ ଓ ଗାରିମା ହରେଇବାକୁ ବସିଲାଣି । କେତେ ବେଳେ ଡାକ୍ତର ଅଭାବ ତ କେତେ ବେଳେ ଲାଇନ୍ କଟିଲେ ଚିକିତ୍ସା ଜନିତ ସେବା ପାଇଁ ରୋଗୀମାନେ ଜିଲ୍ଲା ମୁହାଁ ହେଉଛନ୍ତି । ବିଶେଷ ଭାବେ ପ୍ରସୂତି ମାଁ ମାନେ ନାହିଁ ନ ଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଗତ ୨୭ ତାରିଖ ସନ୍ଧ୍ୟାରେ ଏହି ରେଫରାଲ ତଥା ଉପଖଣ୍ଡ ଚିକିତ୍ସାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି । ବିଦୁ୍ୟତ୍ ଅଭାବରୁ ରୋଗୀଙ୍କୁ ଟର୍ଚ୍ଚ ମାରି ଖାଦ୍ୟ ପରଶା ଯାଉଥିବା ବେଳେ, ଶିଶୁ ଓ ପ୍ରସୂତି ବିଭାଗରେ ରୋଗୀ ମାନେ ଘଂଟା ଘଂଟା ଧରି ମୋବାଇଲ ଟର୍ଚ୍ଚ ଜାଳି ବସିଥିବାର ଦେଖିବାକୁ ମିଳିଥିଲା ।
ଦୀର୍ଘ ଦିନରୁ ଏହି ବିଭାଗ ପାଇଁ ଡିଜିର ବ୍ୟବସ୍ଥା ରହିଥିଲେ ହେଁ ତାହା ଖରାପ ଅବସ୍ଥାରେ ପଡି ରହିଛି ଏବଂ ବାରମ୍ବାର ଅଭିଯୋଗ କଲେ ଜରୁରୀ ସମୟରେ ସାମାନ୍ୟ ମରାମତି କରାଯାଇ କିଛି ଘଂଟା ପାଇଁ ଚଳା ଯାଉଛି । ଦାୟିତ୍ୱରେ ଥିବା ବିଦୁ୍ୟତ କର୍ମଚାରୀ ବାବୁଲା ନାଏକ କହିଛନ୍ତି ଏହାର ମରାମତି ନିମନ୍ତେ ଡିଜି ପ୍ରଦାନ କମ୍ପାନୀକୁ ଅବଗତ କରାଯାଇଛି । ଏ ନେଇ ଉପକଣ୍ଡ ଚିକିସôା ଅଧିକାରୀ ଉମାକା" ସାହୁଙ୍କୁ ପଚାରିବାରୁ କହିଛନ୍ତି । କମ୍ପାନୀକୁ ଡିଜି ବିଷୟରେ ଅବଗତ କରାଯାଇଛି, କିଛି ଦିନ ତଳେ କମ୍ପାନୀ କର୍ମଚାରୀ ଆସି ଡିଜି ମରାମତି ପାଇଁ ୭୦ ହଜାର ଟଙ୍କାର ଅଟକଳ ଖର୍ଚ୍ଚ ହେବ ବୋଲି ସୂଚନା ଦେଇଛନ୍ତି । ଦିନେ ଦୁଇ ଦିନ ଭିତରେ ଏହାର ସମାଧାନ ହୋଇଯିବ ।