ଅବସରପ୍ରାପ୍ତ ସମବାୟ କର୍ମଚାରୀ ସଂଘର ବୈଠକ
ଆସିକା: ଓଡିଶା ରାଜ୍ୟ ସମବାୟ କେନ୍ଦ୍ର ବ୍ୟାଙ୍କ୍ ଲିଃର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନେଇ ଏକ ବୈଠକ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାୟ ୧୨ଟି କେନ୍ଦ୍ର ସମବାୟ ବ୍ୟାଙ୍କ୍ ଲିଃର ଅବସପ୍ରାପ୍ତ କର୍ମଚାରୀ ପ୍ରତିନିଧିମାନେ ସମ୍ମିଳିତ ହୋଇ ବ୍ୟାଙ୍କ୍ ଲିଃ ର ପ୍ରଗତି ଉପରେ ଏବଂ ବିଭିନ୍ନ ଦାବି ଉପରେ ଆଲୋଚନା କରଯାଇଥିଲା । ଉକ୍ତ ବୈଠକ କୈଳାସ ଚନ୍ଦ୍ର ସାହୁଙ୍କ ଆହ୍ୱାନକ୍ରମେ ଏବଂ ଲକ୍ଷ୍ମଣ ରାଉତଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ କାର୍ଯ୍ୟକାରୀ କମିଟି ଗଠନ ହୋଇଥିଲା । ଏହି କମିଟିରେ ଲକ୍ଷ୍ମଣ ରାଉତ ସଭାପତି, କୈଳାସ ଚନ୍ଦ୍ର ସାହୁ ସାଧାରଣ ସମ୍ପାଦକ ତତ୍ ସହିତ ନୀଳକଣ୍ଠ ଦାଶ ପରିଚାଳନା ସଭ୍ୟ, ଦିଗାମ୍ବର ନାୟକ, କୁମୁଦ ରଞ୍ଜନ ଜେନା, ଧୀରେନ୍ଦ୍ର କୁମାର ବେହେରା, ପଦ୍ମନାଭ ରଣସିଂ, ପର୍ଶୁରାମ ଦାଶ, ଦିଲ୍ଲିପ କୁମାର ପ୍ରଧାନ, ପ୍ରଦୁ୍ୟମ୍ନ କୁମାର ବିଶ୍ୱାଳ, ପବିତ୍ର କୁମାର ରାଉତ, ବିଜୟ କୁମାର ପଶୁପାଳକ, ଅରୁଣ କୁମାର ଧିର୍ ଏବଂ ଅଶୋକ କୁମାର ମହାପାତ୍ରଙ୍କୁ ପରିଚାଳନା ପରିଷଦ ସଭ୍ୟ ରୁପେ ମନୋନୀତ ହୋଇଛନ୍ତି ।