ସୁନା ଓ ଟଙ୍କା ଲୁଟ୍ 

 ବାଣପୁର : ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଘରେ ପଶି ଅଳଙ୍କାର ଟଙ୍କା ସମେତ ଲାପ୍ଟପ୍ ଚୋରି କରିଥିବା ବାଣପୁର ଥାନା ମାଟିଆ ପୋଖରୀ ରୋଡର ପ୍ରଦୀପ ବହୁବଳେନ୍ଦ୍ର ଥାନାରେ ଅଭିଯୋଗ ହୋଇଛି । ପୁଲିସ କହିବାନୁଯାୟୀ, ପ୍ରଦୀପଙ୍କ ସ୍ତ୍ରୀଙ୍କ ଦେହ ଖରାପ ଯୋଗୁଁ ସେ ଘରେ ତାଲା ପକାଇ ଡାକ୍ତର ଖାନରେ ରହୁ ଥିବା ବେଳେ, ତାଲା ଭାଙ୍ଗି କେହି ଦୁର୍ବୃତ୍ତ ଦଶ ଭରି ସୁନା ଆଠ ଶହ ଗ୍ରାମ ରୂପା ଅଳଙ୍କାର, ୬୦ ହଜାର ଟଙ୍କା ସମେତ ଗୋଟିଏ ଲାପ୍ଟପ୍ ନେଇ ଯାଇଛି । ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି । ଏଭଳି ଚୋରି ବହୁ ବାର ହେଉ ଥିବାରୁ ରାତ୍ରିରେ ପାଟ୍ରୋଲିଙ୍ଗ ଜୋର ଦାର କରିବା ପାଇଁ ଜନ ସାଧାରଣ ଦାବି କରିଛନ୍ତି ।