ବିଭିନ୍ନ ସ୍ଥାନରେ ଶିଶୁ ଦିବସ ପାଳିତ
ଧର୍ମଶାଳା: ଶିଶୁ ଦିବସ ଅବସରରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଅନୁକୂଲ୍ୟରେ ଜାରକାସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆରେ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନମଣ୍ଡଳୀର ୪ଶହରୁ ଊଦ୍ଧ୍ୱର୍ ସ୍କୁଲରେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା, ସାଧାରଣ ଜ୍ଞାନ, ନୃତ୍ୟ, ସଙ୍ଗୀତ, ପ୍ରବନ୍ଧ ଲିଖନ ଆଦି ପ୍ରତିଯୋଗିତାରେ କୃତିତ୍ତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରମାନଙ୍କୁ ଉତ୍ସବରେ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠିତ ଉତ୍ସବରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପରେ ଅୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ତହସିଲଦାର ଶୁଭଙ୍କର ମହାନ୍ତି, ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି, ବିଜେପି ନେତା କାହ୍ନୁଚରଣ ଦାଶ ଯୋଗଦେଇ ସ୍କୁଲ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ସୁନାମଧନ୍ୟ କଳାକାର ଲୁବୁନ ଏବଂ ସୋନାଲି ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ରାଜେଶ କୁମାର ପାଳ, ଦେବରାଜ ମିଶ୍ର, ତୀର୍ଥରାଜ ପଣ୍ଡା, ତପନ ମାହୁନ୍ତ, ସବ୍ୟସାଚୀ ସୁନ୍ଦରରାୟ, ରମେଶ ବେହେରା, ଶିବତ୍ସ ଧୀର, ହିମାଂଶୁ ଶେଖର ମହାନ୍ତି, ଲୋକନାଥ ମହାନ୍ତି, ଅଭିଷେକ ରାଉତ, ସ୍ୱାଗତ ଦାସ ପ୍ରମୁଖ ପରିଚାଳନା କରିଥିଲେ ।
ଯାଜପୁର ଟାଉନ: ଜିଲାଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଦୌରାଜଜ୍ ଅମୃତ ରଞ୍ଜନ ନନ୍ଦଙ୍କ ନିଦେ୍ର୍ଦଶ କ୍ରମେ ଜମଧର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରାଧିକରଣ ସଚିବ ଜ୍ୟୋତିର୍ମୟୀଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ପ୍ରାଧିକରଣର ପ୍ରାକ୍ତନ ସଦସ୍ୟ ଡ.ରୁଦ୍ରନାରାୟଣ ପୃଷ୍ଟି, ଡିଏସପି ସବିତା ମାଝି, ଡିସିପିଓ ନିରଞ୍ଜନ କର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିଶୁ ଦିବସର ମହତ୍ତ୍ୱ, ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସହ ଶିଶୁ ଦିବସର ସମ୍ପର୍କ ବିଷୟରେ ବର୍ଣ୍ଣନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଡିବେଟ୍ ପ୍ରତିଯୋଗିତା ହୋଇଥିଲା । ଏଥିରେ ଦେବସ୍ମିତା ରଣା ପ୍ରଥମ, ଶୁଭସ୍ମିତା ସେଠୀ ଦ୍ୱିତୀୟ, ବେବି ରଣା ତୃତୀୟ ହୋଇ ପ୍ରାଧିକରଣ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଲକ ଚରଣ ସାହୁ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣର କର୍ମଚାରୀ ଏବଂ ବିଦ୍ୟାଳୟର ଶିକ୍ଷକ, ଶିକ୍ଷା କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।
ବ୍ୟାସନଗର: ବ୍ୟାସନଗର ସ୍ଥିତ କ୍ରୀଷ୍ଣ ଇଣ୍ଟରନାସନାଲ ସ୍କୁଲରେ ଶିଶୁଦିବସ ଅନୁଷ୍ଠାନର ଚେୟାରମ୍ୟାନ ଡ.କୁଶଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଅତିଥି ଭାବେ ଯୋଗଦେଇ ବାଙ୍କୀ ସୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡ.ବାବାଜୀ ଚରଣ ଶତପଥୀ ଓ ପ୍ରାକ୍ତନ ସବ ରେଜିଷ୍ଟ୍ରାର ମଧୁସୂଦନ ମହାପାତ୍ର ଯୋଗଦେଇ ସମସ୍ତ ଶିଶୁ ଛାତ୍ରଛାତ୍ରୀ ପ୍ରଭୁ ଶ୍ରୀକୃଷ୍ଣ ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ମହାତ୍ମା ଗାନ୍ଧି, ଗୋପବନ୍ଧୁ ଓ ମଧୂସୁଧନଙ୍କ ପରି ହେବାକୁ ଶପଥ ନେବାପାଇଁ ତାଙ୍କ ବକ୍ତ୍ୟବରେ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ଛାତ୍ରୀ ସ୍ମୃତି ସୁମନ, ରୀତିକା ଓ ସସ୍ମିତା ଶିଶୁ ଦିବସ ଉପଲକ୍ଷେ ବକ୍ତବ୍ୟ ତଥା ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷୟିତ୍ରୀ ମିସ ମୋନାଲିସା ନାୟକ ଓ ସ୍କୁଲ କର୍ମଚାରୀ ଅଭିନବ ମିଶ୍ର, ସୁନିତା ଜେନା ଓ କଳ୍ପନା କର ପରିଚାଳନାରେ ସହଯୋଗ କରିଥିଲେ ।
ବାଲିଚନ୍ଦ୍ରପୁର: ବାଲିଚନ୍ଦ୍ରପୁର ପଞ୍ଚାୟତର ରୁକୁଟିପାଟ ଗ୍ରାମରେ ସାବିତ୍ରୀ ସଦାନନ୍ଦ ସ୍ମାରକୀ ସେବା ସଂସ୍ଥା ଆନୁକୁଲ୍ୟରେ ରୁକୁଟିପାଟ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନବ ଭାରତ ନିର୍ମାତା ଚାଚା ନେହେରୁଙ୍କ ଜନ୍ମ ତିଥିରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ସାବିତ୍ରୀ ସଦାନନ୍ଦ ସ୍ମାରକୀ ସାମାଜିକ ସେବା ସଂସ୍ଥାର ମୁଖ୍ୟ ଟ୍ରଷ୍ଟି ସମାଜସେବୀ ଗଙ୍ଗାଧର ରାଉତରାଏ ଯୋଗଦେଇ ସମବେତ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ । କାର୍ଯ୍ୟକ୍ରମକୁ ରୁକୁଟିପାଟ ଅଙ୍ଗନୱାଡି କର୍ମୀ ମେନକା ସୁନ୍ଦରୀ ମହାନ୍ତି, ଆଶା କର୍ମୀ କନକ ମଞ୍ଜରି ପ୍ରଧାନ, କିଶୋରୀ କଲ୍ୟାଣ ସମିତିର ମାର୍ଗ ଦର୍ଶିକା ନିହାରିକା ଜେନା, ସଂଯୋଜିକା ଅନିତା ରାଉତ୍ତରାୟ, ଲିପସା ରାଉତରାୟ, ରାସେଶ୍ୱରୀ ରାଉତରାୟ, ସ୍ୱାଗତିକା ରାଉତ୍ତରାୟ, କନକ ପ୍ରଧାନ, ସ୍ୱଂୟ ସହାୟିକା ଗୋଷ୍ଠୀର ସବିତା ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀକାନ୍ତ କୁମାର ରାଉତ୍ତରାୟ, ସନ୍ତୋଷ କୁମାର ରାଉତରାୟ, ପୂଜାରିଣୀ ବିଶ୍ୱାଲ, ପ୍ରମୁଖ ଯୋଗଦେଇ ଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ରେ କୃତିତ୍ତ୍ୱ ଅର୍ଜନ କରିଥିବା ପିଲା ମାନଙ୍କୁ ମୁଖ୍ୟ ଅତିଥି ଟ୍ରଫି ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । କିଶୋରୀ କଲ୍ୟାଣ ସମିତି ପକ୍ଷରୁ ସ୍ୱାତି ସୁପ୍ରୀୟା ରାଉତ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ରଗଡ଼ି: କୋରେଇ ବ୍ଲକସ୍ଥିତ ଆଲଡା ଠାରେ ଅବସ୍ଥିତ ଭାରତୀୟ ବିଦ୍ୟା ନିକେତନ ଶିଶୁମନ୍ଦିର ପରିସରରେ ବିଶ୍ୱକଳିଙ୍ଗ ଫାଉଣ୍ଡେସନପକ୍ଷରୁ ଅନୁଷ୍ଠାନର ଉପଦେଷ୍ଟା ଇଂଜିନିୟର ପ୍ରତାପ କିଶୋର ନାୟକଙ୍କ ଅଧ୍ୟକ୍ଷତାରେଶିଶୁ ମହୋତ୍ସବ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଶିକ୍ଷାବିତ ପରିବେଶବିତ ଶରତ କୁମାର ଦାସ, ଶିକ୍ଷାବିତ ନବଘନ ସ୍ୱାଇଁ, ଶିଶୁମନ୍ଦିରର ପ୍ରଧାନ ଶିକ୍ଷକ କେଶବ ଚନ୍ଦ୍ର ସାହୁ ଓ ଶିଶୁମନ୍ଦିର ସଂପାଦକ ଜଗନ୍ନାଥ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶ୍ୱକଳିଙ୍ଗ ଫାଉଣ୍ଡେସନର ସଂପାଦିକା ପ୍ରଶତି ପ୍ରୀତିନନ୍ଦ ନାୟକ ଅତିଥିପରିଚୟ ପ୍ରଦାନ କରିଥିଲେ । ସ୍ମୃତିଲିପି ପତ୍ରିକାର ସଂପାଦକ ଭୁବନମୋହନ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ଉତ୍ସବର ପ୍ରାରମ୍ପରେ ଗୁରୁଜୀ ସୁରେସ କୁମାର ମଲ୍ଲିକ ସ୍ୱାଗତ ସଂଗୀତ ପରିବେଷଣ କରିଥିବାବେଳେ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ବସୁଧା ତରେଇ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଉତ୍ସବରେ କୃତୀ ଛାତ୍ରଛାତ୍ରୀ ସ୍ମୃତିରେଖା ସ୍ୱାଇଁ, ଲିସାରାଣୀ ସ୍ୱାଇଁ, ସୁଶ୍ରୀ ଆରାଧ୍ୟା ମହାନ୍ତ, ଅର୍ପିତା ସାମଲ, ମୈଥିଲୀବନ୍ଦ୍ୟା ପ୍ରତିହାରୀ, ଜିବି ରାଲୁ, ସାଇଶ୍ରୀ ପଣ୍ଡା, ପ୍ରଜ୍ଞାସିନୀ ନନ୍ଦ, ପୂର୍ଣ୍ଣିମା ମଲ୍ଲିକ, ସିଲୁରାଣୀ ବେହେରା, ଅଜିତ ସାହୁ, ବସୁଧା ତରାଇ ପ୍ରମୁଖ ପ୍ରତିଯୋଗିମାନଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଗୁରୁଜୀ ଓ ଗୁରୁମା ସର୍ବଶ୍ରୀ ଦିଲ୍ଲୀପ କୁମାର ମଲ୍ଲିକ, ସୁଶ୍ରୀ ପୁଷ୍ପଲତା ମହାନ୍ତି, ସୁନେଲି ବଳ ଲକ୍ଷ୍ମୀପ୍ରିୟା ପୁରୀ, କଲ୍ୟାଣୀ ନାୟକ ଓ ନମିତା ଶିଅଳ ପ୍ରମୁଖ ସହଯୋଗି ଶିକ୍ଷକ ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରଧାନ ଗୁରୁଜୀ କେଶବ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।