ଚଳିତ ଶତାବ୍ଦୀରେ ପତ୍ରପତ୍ରିକାର ଭବିଷ୍ୟତ  


ଆଜି ପତ୍ରପତ୍ରିକାର ଭବିଷ୍ୟତ ବିଷୟକୁ ଆଲୋଚନା କଲାବେଳେ ମନେପଡେ କୁଜିବର ଆଶ୍ରମରୁ ପ୍ରକାଶ ପାଇଥିବା ସେଇ ହାତଲେଖା ପତ୍ରିକା, ଯାହାକି ଇଂରେଜୀ ସରକାରଙ୍କ ନିଦ ହଜାଇ ଦେଇଥିଲା ।  ମୁଦ୍ରଣ ଯନ୍ତ୍ରର ଉଦ୍ଭାବନ ପରେ ଓଡ଼ିଶାରେ ପ୍ରକାଶ ପାଇଲା ମୁଦ୍ରଣ ଯନ୍ତ୍ରରେ ପ୍ରସ୍ତୁତ ପତ୍ରିକା, ଆଶା ଓ ଉକôଳ ଦୀପିକା ।ପରେ ପରେ ସମାଜ, ପ୍ରଜାତନ୍ତ୍ର ଓ ନବୀନ ପରି ଉଚ୍ଚÿମାନର ପତ୍ରିକା ଓଡ଼ିଶାରେ ନବଜାଗରଣ ସୃଷ୍ଟି କରିଥିଲା । ତକôାଳିନ ସମୟର ସମ୍ପାଦକ ଶଶୀଭୂଷଣ ରଥ ଆଶାରେ ଯେଉଁ ସଂପାଦକୀୟ ଲେଖିଥିଲେ ତାହା ତାଙ୍କୁ ଗଞ୍ଜାମ  ଟାଇଗରର ଆଖ୍ୟା ଦେଇଥିଲା ।  ଭାରତ ସ୍ୱାଧିନତା ପାଇଲା । ପତ୍ରପତ୍ରିକା ସ୍ୱାଧୀନ ପାଇଲେ ନିଜ ମତ ଉପସ୍ଥାପନା କରିବାକୁ ।କିନ୍ତୁ କ୍ରମଶଃ ପତ୍ରପତ୍ରିକାର ପ୍ରସ୍ତୁତି, କଳେବର ଓ  ସ୍ୱର ବଦଳିଗଲା ।ଆଉ ଦେଖିବାକୁ ମିଳିଲାନି ତିଳକଙ୍କ ରଚିତ ଫ୍ରିଡମ୍ ଇଜ୍ ମାଇଁ ବାର୍ଥ ରାଇଟ ପରି ଯୁଗାନ୍ତକାରୀ ସଂପାଦକୀୟ । ପ୍ରଯୁକ୍ତି ବିଦ୍ୟାର ବିକାଶ ଫଳରେ ପତ୍ରପତ୍ରିକା ଏବେ ଆଉ କାଗଜ ଉପରେ ନିର୍ଭର ନିର୍ଭର କରୁନି ।  ମୋବାଇଲ, ଲାପଟପ୍ ବା କମ୍ପୁ୍ୟଟରରେ ପତ୍ରିକା ପଢ଼ିବାର ସୁଯୋଗ ଆଜିର ପାଠକ ପାଇଲାଣି । କାଗଜ ବା ପତ୍ରିକା ହାତରେ ନ ଧରି ବା ପାଠାଗାରକୁ ନ ଯାଇ ଆମେ ଘରେ ବସି ଇ ପତ୍ରିକା ପଢ଼ିବାର ସୁଯୋଗ ପାଇଛୁ । ବର୍ତ୍ତମାନ ଲକ୍ଷ୍ୟ କରାଯାଏ ସାମାଜିକ  ଗଣମାଧ୍ୟମ ପତ୍ର ପତ୍ରିକାର ଏକ ବିକଳ୍ପ ମଞ୍ଚ ରୂପେ ପ୍ରତିଭାତ ହୋଇଛି  । ସେଥିରୁ ଅଧିକାଂଶ ପତ୍ରିକା ଆଜି ଦେୟ ମୁକ୍ତ ଅଟେ । ଏହାଫଳରେ ପତ୍ରିକାର  ପ୍ରସାର ସିନା ବଢ଼ିଛି କିନ୍ତୁ ପତ୍ରିକା ପ୍ରକାଶନ କରିବାରେ ନାନା ଅସୁବିଧା  ଦେଖା ଦେଇଛି ।  ପତ୍ରିକାର ମାଲିକମାନେ ଆର୍ଥିକ ସଙ୍କଟରେ ପଡ଼ୁଛନ୍ତି  । ଏହା ବାଦେ ସମ୍ପାଦକମାନେ ମଧ୍ୟ ସମ୍ପାଦନ ସମୟରେ ଯେତିକି ପତ୍ରିକାର କଳେବର ପ୍ରତି ଯେତିକି ଧ୍ୟାନ ଦେବା କଥା ସେତିକି ଧ୍ୟାନ ଦେଉନାହାନ୍ତି । ଯାହାଫଳରେ ଅନେକ ବ୍ୟାକରଣଗତ ତ୍ରୁଟି ଦେଖାଦେଲାଣି ।
ଚଳିତ ଶତାବ୍ଦୀର କାଳଖଣ୍ଡକୁ ଆମେ ଭୋଗିଛେ ମାତ୍ର ଏକ ଚତୁର୍ଥାଂଶ ।ଆହୁରି ଅନେକ ସମୟ ବାକି ଅଛି ଭୋଗିବାକୁ । ଏ ସମୟ ଭିତରେ ଆମ ପତ୍ରପତ୍ରିକା ନାନା ଅସୁବିଧାର ସମ୍ମୁଖୀନ ହେଲେଣି । ଏପରିକି ଭବିଷ୍ୟତରେ ଆଉ ପତ୍ରପତ୍ରିକା ପ୍ରକାଶ ପାଇବ କି ନାହିଁ ତାହା ଆଜି ସନେ୍ଦହ ଘେରରେ । ଯିଏ ପ୍ରକାଶ କରୁଛି ସିଏ ଜାଣିଛି ଏହା କିପରି କଷ୍ଟଦାୟକ । ଆଜି ପତ୍ରପତ୍ରିକାର ସଫଳତା ପୂର୍ବକ ପ୍ରକାଶ ପାଇଁ ଆବଶ୍ୟକ ହେଉଛି ଏକ ଧନିକ ଗୋଷ୍ଠୀ ବା ଶିଳ୍ପପତି । କାରଣ ମନୋହର, ମନୋରଞ୍ଜନ, ଜ୍ଞାନ ବର୍ଦ୍ଧକ ଓ ଅପୂର୍ବ ଚିତ୍ରର ସମାହାରରେ ପ୍ରକାଶିତ ପତ୍ରିକାର ବଜାରରେ ଆଜି ଆଦର ଅଛି, ଯାହାକି ଆବଶ୍ୟକ କରେ ଅଜସ୍ର ଧନ । 
 ଆଜିର ପତ୍ରିକାରେ ଆମେ ଗବେଷଣାର ଝଲକ ପାଉ ,କାଳ୍ପନିକ ଚିନ୍ତାଧାରା ପାଉ ତଥା ଆଧୁନିକ ବିଚାରଧାରା ପାଉ କିନ୍ତୁ ତାହା ପ୍ରାଣବନ୍ତ ନୁହଁ । ବେତନ ଭୋଗୀ ସମ୍ପାଦକ ମାଲିକର ଇଙ୍ଗିତରେ ତାର କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡେ ଯାହାକି ଆମେ ଯେଉଁ ସ୍ୱାଧୀନତା ପାଇଛେ ତାହା ଆଉ ପାଉନୁ ।  ପତ୍ରପତ୍ରିକା ଆଜି ବିଜ୍ଞାପନରେ  ଭରା । ପତ୍ରିକା ଆଜି ମାଗାଜିନରେ ପରିଣତ ହେଲାଣି  ।  ପତ୍ରିକାର ଉଦେ୍ଦଶ୍ୟ ଉତ୍ତମ ନାଗରିକ ସୃଷ୍ଟି କରିବା, କିନ୍ତୁ ଆଜିର ପତ୍ରିକା ଉତ୍ତମ ଉପଭୋକ୍ତା ସୃଷ୍ଟି କରିବାରେ ବ୍ୟସ୍ତ । ବିଜ୍ଞାପନ ମାଧ୍ୟମରେ ନୂତନ ଜୀବନ ଶୈଳୀକୁ କିପରି ଆଜିର ମଣିଷ ଆପଣେଇବ ତାହା ଆଜିର ମିଡ଼ିଆର ଚରମ ଲକ୍ଷ୍ୟ  ।ଏପରିକି ପ୍ରଥମ ପୃଷ୍ଟା ଏଥିରୁ ବାଦଯାଏନି । ପତ୍ରପତ୍ରିକା ଆଜି ତାର ପାରମ୍ପରିକ ମୂଲ୍ୟବୋଧ ହରାଇ ବସିଛି । ଯାହା ଆଜି ମୋବାଇଲରେ ଆସେ ତାହା ଆମେ ପରେ ପତ୍ରିକାରେ ଦେଖୁ । ଆମେ  ଯାହା  ଆଜି ଶୁଣୁ ତାହା ପତ୍ରିକାରେ ଆସେ । ଯାହାଫଳରେ ପାଠକ କେବଳ ଆଜି ପତ୍ରିକାର ପୃଷ୍ଠା ଓଲଟାଇ ଦିଏ କିନ୍ତୁ ପଢିବାକୁ କିଛି ନୂତନ ତଥ୍ୟ ପାଏନି । ସେଥିରେ ଶବ୍ଦ  ଅଛି କିନ୍ତୁ ବିଚାର ନାହିଁ । ଯାହାଫଳରେ ନୁ୍ୟଜ୍ ଆଜି ହିଁ ନୋ ୟୁଜ  ହୋଇ ଯାଇଛି । ଆଜି ପତ୍ରପତ୍ରିକା ଏକ ବିପଦ ଜନକ ସ୍ଥିତିରେ ପହଞ୍ଚିଗଲାଣି । ପାଠକ ଆଜି ସମ୍ବାଦ ଖୋଜୁଛି ଆଉ ସମ୍ବାଦପତ୍ର ଆଜି ପାଠକ ଖୋଜୁଛି ।   ଦିନ ଆସିବ, ପତ୍ରପତ୍ରିକା ଆଉ ମୁଦ୍ରଣ ହେବନି । ହଜାର ହଜାର ଲୋକ ଜୀବିକା ହରାଇବେ । ଆଜିଠାରୁ ସତର୍କ ନ ହେଲେ ଭବିଷ୍ୟତରେ ଆମେ ଏକ ବଡ ବିପଦର ସମ୍ମୁଖୀନ ହେବା । ସମୟ ବଦଳିବା ସହିତ ସବୁ କିଛି ବଦଳି ଯାଇଛି । ପତ୍ରିକାକୁ ବଞ୍ଚାଇବାକୁ ହେଲେ ତାହାର ବ୍ୟବସାୟିକ ସଫଳତା ଯେତିକି ଆବଶ୍ୟକ ତାହାଠୁ ବେଶୀ ଆବଶ୍ୟକ କରେ ସେଥିରେ ଥିବା ଲେଖା ବା ଯାହାକୁ ଆମେ କହିଥାଉ ପାଠ । ପତ୍ରିକା ପ୍ରକାଶନ ସହିତ ସାମ୍ବାଦିକ ବୃତ୍ତି ପ୍ରତି ଆଜି ବେଶୀ ନିଷ୍ଠା ଆବଶ୍ୟକ । ଅସ୍ଥିରତା ଓ ଅନିର୍ଦ୍ଧିଷ୍ଟତା ଭିତରେ ଆଜିର ପତ୍ରିକା କବଳିତ । ଏଥିପାଇଁ ସରକାରଙ୍କ ପୃଷ୍ଟପୋଷକତା ଆଜି ନିହାତି  ଆବଶ୍ୟକ । ନଚେତ୍ ଏଇ ଶିଳ୍ପ ବୁଡ଼ିଯିବ । ଏଥିପ୍ରତି ଆଜିର ରାଷ୍ଟ୍ରନାୟକମାନେ ଚିନ୍ତା କରିବା ଆବଶ୍ୟକ ଏବଂ ଏକ ନୀତି ପ୍ରଣୟନ କରିବା ଆବଶ୍ୟକ ହେଉଛି ।
                    ଭୁବନେଶ୍ୱର