ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇବାକୁ ଦାବି
ଖଣ୍ଡପଡା : ଖଣ୍ଡପଡ଼ା ବ୍ଲକ୍ ଅଧିନ ସମସ୍ତ କୃଷି ସମବାୟ ସମିତି କାର୍ଯାଳୟରେ ପୁର୍ନବାର ଚାଷୀଙ୍କୁ ଆବଶ୍ୟକୀୟ ସାର ଓ କୀଟନାଶକ ଔଷଧ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଦାବି ହେଉଛି । ସାମ୍ପ୍ରତିକ ପରିସ୍ଥିତିରେ ଧାନଚାଷ ଜମି ନିମନ୍ତେ ଆବଶ୍ୟକ ପଡୁଥିବା ୟୁରିଆ ସାର ବଜାରରେ ଚଢା ଦରରେ ବିକ୍ରି ହେଉଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନ ସାରର କଳାବଜାରୀକୁ ରୋକିବାରେ ସଂପୂର୍ଣ୍ଣ ଭାପେ ବିଫଳ ହୋଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ଜିଲ୍ଲା କୃଷି ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।