ପୂର୍ବ ଶତ୍ରୁତାକୁ ନେଇ ଗୋଡାଇ ହାଣିଲେ, ଦୁଇ ଗୁରୁତର
ବାହାନଗା: ବାଲେଶ୍ୱର ଜିଲ୍ଲା ଶ୍ରୀଜଙ୍ଗ ପଞ୍ଚାୟତର ଉମାକାନ୍ତ ମଳିକ, ପୁତ୍ର ଅଜୟ କୁମାର ମଳିକ,୨୭ ଆଜି ସଂଧ୍ୟାରେ ମା,ଉଭଣୀକୁ ନେଇ ଗୋପାଳପୁର ବଜାରର ମୋବାଇଲ କିଣିବା ପାଇଁ ଆସିଥିଲେ ଏହି ସମୟ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କଛି ଯୁବକ ହଠାତ ଦୁଇଟି ମଟର ସାଇକେଲରେ ଆସି ଅଜୟକୁ ବଜାରୁ ଉଠାଇ ନେଇ ବାଟରେ ଭୁଜାଲି ହାଣି ପକାଇଥିଲେ । ଖବର ପାଇ ଗୋପାଳପୁର ଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଅଜୟକୁ ଉଧ୍ୟାର କରି ଗୋପାଳପୁର ଡାକ୍ତରଖାନାରେ ପରେ ବାଲେଶ୍ୱର ଡାକ୍ତରଖାନକୁ ପଠାଇଥିଲେ । ଅଜୟଙ୍କ ଦୁଇ ହାତ, ଗୋଡ, ମୁଣ୍ଡ ଆଘାତ ଲାଗିଥିଲା । ପ୍ରକାଶଥାଉକି ଏହି ଘଟଣାକୁ ନେଇ ବାହାନଗା ବ୍ଲକର ନୂଆପୁର ପଞ୍ଚାୟତର କୁଆପଦା ଗ୍ରାମର ରମାକାନ୍ତ ମହାଳିକ ବାଲେଶ୍ୱରର କୋଣସି କାମ ସାରି ଘରୁ ଫେରୁଥିବା ସମୟରେ, ଶ୍ରୀଜଙ୍ଗ ଛକରେ କିଛି ଯୁବକ ହଠାତ ରାସ୍ତା ଉପରେ ଛିଡା ହୋଇଥିବା ରାମକାନ୍ତକୁ ଅଟକାଇ ହାଣି ରାସ୍ତାରେ ଫିଙ୍ଗି ଦେଇଥିଲେ । ପାଖ ଲୋକେ ତାଙ୍କୁ ଉଧ୍ୟାରକରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିସôା ପାଇଁ, ଆଣିଥିଲେ । ପ୍ରଥମିକ ଚିକିସôା ପରେ ତାକୁ ବାଲେଶ୍ୱର ଡାକ୍ତରଖାନକୁ ପଠାଇ ଦିଆଯାଇଥିଲା । ରମାକାନ୍ତଙ୍କ ମୁଣ୍ଡ, ଗୋଡ଼,ହାତ ଜୋର୍ ଆଘାତ ଲାଗିଥିଲା, ଏହି ଘଟଣାକୁ ନେଇ ଅଞ୍ଚଲରେ କୋକୁଆ ଭୟ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।