ଚାଷୀ ମୁଲିଆ ସଂଘ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର

 ଗୋପ: ପୁରୀ ଜିଲ୍ଲାର ଗୋପ ବ୍ଲକ ଚାଷୀ ମୂଲିଆ ସଂଘ ପକ୍ଷରୁ ୫ ଦଫା ଦାବି ସମ୍ବିଳିତ ଏକ ସ୍ମାରକପତ୍ର ଗୋପ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଚାଷୀ ମୁଲିଆ ଓଡ଼ିଶା ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭା ସହ ଅନୁବନ୍ଧିତ ଚାଷୀ ମୂଲିଆ ସଂଘ, ଓଡ଼ିଶା ପକ୍ଷରୁ ଦିଆଯାଇଥିବା ଦାବି ଗୁଡ଼ିକ ମଧ୍ୟରେ ଗୋପ ତହସିଲ ଅନ୍ତର୍ଗତ ମହାପୁର ରେଭେନୁ୍ୟ ସର୍କଲରେ ଥିବା ଉଛୁପୁର ଓ ସୁଦୁଖଣ୍ଡ ମୌଜାରେ କିଛି ଅନୁସୂଚିତ ଜାତି ଲୋକଙ୍କ ଜମି ବେଆଇନ ଭାବେ ସାଧାରଣ ବର୍ଗ ଲୋକ କବଜ୍ଜା  କରି ଆନ୍ଧ୍ର ମାଫିଆ ଓ ସେମାନଙ୍କ ସ୍ଥାନୀୟ ସହଯୋଗୀ ଙ୍କୁ ହସ୍ତାନ୍ତର ହୋଇଛି  । ଏପରିକି କେତେଗୁଡ଼ିଏ ଜମି ପାୱାର ଅଫ ଆଟ୍ରନି ମାଧ୍ୟମରେ ହସ୍ତାନ୍ତର ହୋଇଛି । ଏପରି ବେଆଇନ ହସ୍ତାନ୍ତର ଗୁଡ଼ିକ ଚିହ୍ନଟ କରି ଅନୁସୂଚିତ ଜାତିର ମୂଳ ଜମି ମାଲିକଙ୍କୁ ଫେରସ୍ତ କରାଯାଉ, ଏହି ମୌଜାରେ ଭୂମିହୀନ ପ୍ରଜାମାନେ ଦୀର୍ଘ ବର୍ଷ ଧରି ଅନାବାଦୀ ଜମି ଚାଷ କରି ଜୀବିକା ନିର୍ବାହ କରି ଆସୁଛନ୍ତି  । ଏହି ଜମିରୁ ଆୟ ବ୍ୟତୀତ ସେମାନଙ୍କର ଆଉ କୌଣସି ରୋଜଗାରର ଉସô ନାହିଁ  । ଏହି ଜମି ଉପରେ ସେମାନଙ୍କୁ ମାଲିକାନା ସ୍ୱତ୍ୱ ପ୍ରଦାନ, ମଠ ଓ ଜଗନ୍ନାଥ ମହାପୁରୁଙ୍କ ଜମିରେ ପ୍ରଜାମାନେ ପୁରୁଷ ପୁରୁଷ ଧରି ଚାଷ କରି ଜୀବିକା ନିର୍ବାହ କରି ଆସୁଛନ୍ତି  । ଏହିସବୁ ଜମି ଚାଷ କରୁଥିବା ପ୍ରଜାମାନଙ୍କ ନାମରେ ବିନା ମୂଲ୍ୟରେ ମାଲିକାନା ସ୍ୱତ୍ୱ ପ୍ରଦାନ କରିବା, ଚାଷୀଙ୍କ ଠାରୁ ତୁରନ୍ତ ସମସ୍ତ ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଉ, ଗ୍ରାମସଭା ମାଧ୍ୟମରେ ଭାଗଚାଷୀ ମାନଙ୍କୁ ଚିହ୍ନଟ କରାଯାଇ ଚାଷୀ ପାଉଥିବା ସମସ୍ତ ସୁବିଧା ସେମାନଙ୍କୁ ପ୍ରଦାନ କରାଯାଉ ବୋଲି ବୁଧୁବାର ଗୋପ ତହସିଲଦାର ଶ୍ରୀଯୁକ୍ତ ଅନିଲ କୁମର ମହାନ୍ତିଙ୍କୁ ସେମାନଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି ।