ଚିନିକଳ ପୁନରୁଦ୍ଧାର ନେଇ ଆଲୋଚନାଚକ୍ର
ବଲାଙ୍ଗିର : ଶିଶୁ ଉଦ୍ୟାନ ଠାରେ ଦେଓଗାଁ ଚିନିକଳ ପୁନରୁଦ୍ଧାର ସମ୍ପର୍କରେ ତିବ୍ର ଆଲୋଚନା ଚକ୍ର ହୋଇଯାଇଛି । ଏହି ବିଷୟରେ ଅନେକ ବୁଦ୍ଧିଜିବି ନିଜର ମତାମତ ରଖିଥିଲେ । ଦେଓଗାଁ ଚିନିକଳର ଆବଶ୍ୟକତା ସମ୍ପର୍କରେ ଆଲୋଚନା ହେଲା । ଏହି ବାବଦରେ ଏକ କମିଟି ଗଠନ କରାଗଲା । ଏହି କମିଟିର ମୁଖ୍ୟ ସଂଯୋଜକ ଭାବରେ ବିଭୁଦତ୍ତ ମିଶ୍ରଙ୍କୁ ଦାୟିତ୍ୱ ଦିଆଗଲା । ଅନ୍ୟ ସଂଯୋଜକ ଭାବରେ ରାଜେଶ ବଗର୍ତ୍ତି, ସତ୍ୟ ବନଛୋର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ବିପିନ କୁଶଲିଆ, ଆଶିଷ ପାଣ୍ଡେ, ସନ୍ଦିପ ବାଗ, ପିଣ୍ଟୁ ସେଠଙ୍କୁ ଦାୟିତ୍ୱ ଦିଆଯାଇଛି । ଆଗାମି ଦିନରେ ଜିଲ୍ଲାପାଳ, ବଲାଙ୍ଗିରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଧାରଣା ଦେବା ପାଇଁ ସ୍ଥିର କରାଯାଇଛି ।