ଚୋରି କରି ୨ ଗିରଫ
ସୁକିନ୍ଦା: ଏହି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କେନ୍ଦୁଝର ଅଞ୍ଚଳର କ୍ଷୀରୋଦ ବସ୍ତିଆ ଆମ୍ପୋଳବା ପଞ୍ଚାୟତର ବରପାଳ ଗ୍ରାମରେ ଥିବା ବନ୍ଧୁ ଘରେ ରହିଥିଲେ । ଗତ ୨୧ ତାରିଖ ରାତିରେ ଘରେ ବାଇକ ରଖି ଶୋଇଥିବା ବେଳେ ବିଳମ୍ୱିତ ରାତିରେ ଚୋରି ହୋଇଥିଲା । କ୍ଷୀରୋଦ ସୁକିନ୍ଦା ଥାନା ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ସେହି ରାତିରେ ସୁକିନ୍ଦା ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଙ୍ଗାଧର ବାରିକଙ୍କ ଦୋକାନରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚô ଘଟଣାର ତଦନ୍ତ କରିବା ସହ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ କରିବା ପରେ ଘଟଣାର ସଂପୃକ୍ତ ଅଭିଯୁକ୍ତ ଯାମୁପଶି ଗ୍ରାମ ସୌରଭ ମହାନ୍ତି ଓ ଭୁବନ ଗ୍ରାମ ମାୟାଧର ଦାସଙ୍କ ପୁଅ ସିପୁ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି ।