ଚୋରି ଘଟଣାରେ ୩ ଗିରଫ

ବ୍ରହ୍ମପୁର: ଚିକିଟି ବ୍ଲକ୍ କେ. ନୂଆଗାଁ ଥାନା ଅଂଚଳରେ ଗତ କିଛି ଦିନ ହେଲା ସୁନା ଦୋକାନ, ବ୍ୟାଙ୍କ୍ , ପଞ୍ଚାୟତ କାର୍ଯ୍ୟାଳୟ ତାଲା କାଟି ଚୋରି ଉଦ୍ୟମ କରୁଥିବା ୩ ଜନକୁ ଜରଡକ୍ଷ ଓ କେ. ନୂଆଗାଁ ଥାନା ପୁଲିସ୍ ଗିରଫ କରିଛି । ଗିରଫ ହେଇଥିବା ଅଭିଯୁକ୍ତ ମାନେ ହେଲେ କେ ନୂଆଗାଁ ଥାନା ଅନ୍ତର୍ଗତ ଝଗଡ଼ା ଗ୍ରାମର ଅଲେଖ ନାଇକ ଓ ଚିଲାଡ଼ି ଗ୍ରାମର ବି. ଦୀପକ ଏବଂ ଜଣେ ନାବାଳକ ଥିବା ଜଣାପଡିଛି । ଗତ ୨୦ ତାରିଖ ଠାରୁ ଆଜି ସୁଦ୍ଧା କେ . ନୂଆଗାଁ ଥାନା ଅଞ୍ଚଳରେ ବିଭିନ୍ନ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜ୍ଜୁ କରି ତଦନ୍ତ ଥିଲା । ଏସବୁ ଘଟଣାରେ ଗିରଫ ଅଭିଯୁକ୍ତ ଠାରୁ ଏକ ସ୍କୁଟି ଓ ବାଇକ୍, ତାଲା କାଟିବାରେ ବ୍ୟବହୃତ ଲୁହା କଟର, ଲାପଟପ୍ ଓ ଏଲ୍ସିଡି ଟିଭି, ମନିଟର ଜବତ କରିଛି ନାବାଳକକୁ ଯୁଭେନାଲ କୋର୍ଟକୁ ପଠାଇଥିବା ବେଳେ ଅନ୍ୟ ମାନଙ୍କୁ କୋର୍ଟଚାଲାଣ କରାଯାଇଛି । ଏହି ଗ୍ୟାଙ୍ଗ ବିଭିନ୍ନ ଥାନା ଅଞ୍ଚଳରେ ୪ଟି ଘଟଣାରେ ସଂପୃକ୍ତ ଥିବା ପୁଲିସ କହିଛି ।