ଚୋରି ମୋବାଇଲ ଜବତ, ୨ ଗିରଫ
ପୁରୀ: ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ବଳିଆପଣ୍ଡା ଥାନା ପୁଲିସ । ୨ଜଣ ମୋବାଇଲ ଲୁଟେରାଙ୍କ ଠାରୁ ମୋଟ ୨୪ଟି ମୋବାଇଲ ଫୋନ୍ ଜବତ କରାଯିବା ସହ ସେମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପଶ୍ଚିମବଙ୍ଗର ପଶ୍ଚିମବର୍ଦ୍ଧମାନ ଜିଲ୍ଳା ବରବାଣୀ ହାତୋହପଡ଼ାର ଅସଲମ ଖାଁ (୨୯) ଓ ବରବାଣୀ ରେଳଗେଟ ଅଞ୍ଚଳର ଘନଶ୍ୟମା ଭଟ୍ଟ (୨୩) । ଏ ସଂକ୍ରାନ୍ତରେ ବିଏନ୍ଏସ୍ର ୩୦୩(୨) ଏବଂ ୩(୫) ଦଫାରେ ୧୧୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ବଳିଆପଣ୍ଡା ସ୍ଥିତ ଏକ ହୋଟେଲ ଲିଜଧାରୀ ପ୍ରଦୀପ କୁମାର ଘୋଷ ଥାନାକୁ ଆସି ଏତଲା ଦେଇଥିଲେ । ଏତଲାରେ ସେ ଉଲ୍ଲେଖ କରିଥିଲେ ଯେ ତାଙ୍କ ହୋଟେଲର ୩୦୧ନମ୍ବର ରୁମ୍ରେ ରହୁଥିବା ଘନଶ୍ୟାମ ଭଟ୍ଟ ଓ ଇବ୍ରାହିମ୍ ଖାଁଙ୍କ ମଧ୍ୟରେ କଳି ହୋଉଥିବା ସେ ଦେଖିବାକୁ ପାଇଥିଲେ । ହୋଟେଲ ରୁମ୍ରେ କେତେକ ମୋବାଇଲ ଫୋନ ରହିଥିବା ଦେଖିବାକୁ ମିଳିଥିଲା । ରଥଯାତ୍ରା ସମୟରେ ସେମାନେ ମୋବାଇଲ ଫୋନ୍ ଚୋରି କରିଥିବା ସନେ୍ଦହ କରି ସେ ଥାନାରେ ଏତଲା ଦେଇଥିଲେ । ପୁଲିସ ଏ ସଂପର୍କରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏଏସ୍ଆଇ ଏସ.କେ ଚୌଧୁରୀ ମାମଲାର ତଦନ୍ତ ଦାୟିତ୍ୱରେ ଅଛନ୍ତି ।