ଚୟନ ହେଲା ଠିକାସଂସ୍ଥା ; ଗଣନା ପରେ ହେବ ବନ୍ଧ୍ୟାକରଣ

ଭୁବନେଶ୍ୱର: ପୁଣି ଥରେ ଆରମ୍ଭ ହେବାକୁ ଯାଉଛି କୁକୁର ବନ୍ଧ୍ୟାକରଣ । ଭୁବନେଶ୍ୱରରେ କୁକୁର ବନ୍ଧ୍ୟାକରଣ ଓ ଟିକାକରଣ ପାଇଁ ଠିକା ସଂସ୍ଥା ଚୟନ କରିଛିି ବିଏମ୍ସି । ‘ଆସ୍ରା’(ଆନିମଲ ୱେଲ୍ଫେୟାର ଅର୍ଗାନାଇଜେସନ୍) ନାମକ ଏକ ସଂସ୍ଥାକୁ ଠିକା ଦିଆଯାଇଛି । ଖୁବଶୀଘ୍ର ସଂସ୍ଥା ଏହି ବନ୍ଧ୍ୟାକରଣ ଆରମ୍ଭ କରିବ । ବନ୍ଧ୍ୟାକରଣ ସହ ଟିକାକରଣ ପାଇଁ କୁକୁର ପିଛା ୧୬୫୦ ଟଙ୍କା ନେବ ଏହି ସଂସ୍ଥା । ପ୍ରଥମେ ଯେତେବେଳେ ଏହି ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସେତେବେଳେ କୁକୁର ପିଛା ଖର୍ଚ୍ଚ ଥିଲା ୫ଶହ ଟଙ୍କା । ପରେ ଭାରତୀୟ ପ୍ରାଣୀଧନ କଲ୍ୟାଣ ବୋର୍ଡ ଦରବୃଦ୍ଧି କରିଥିଲା ।
ମାସକୁ ଅତି କମ୍ରେ ୫ଶହ କୁକୁରଙ୍କର ବନ୍ଧ୍ୟାକରଣ ଓ ଟିକାକରଣ କରିବାକୁ ଯୋଜନା ରଖିଛିି ବିଏମ୍ସି । କୁକୁର ଗଣନା ହୋଇନଥିବାବେଳେ କେବଳ ଆକଳନରେ ଚାଲିଛି । ଆକଳନ ଅନୁସାରେ, ସହରାଞ୍ଚଳରେ ପ୍ରତି ୧ଲକ୍ଷ ଜନସଂଖ୍ୟାରେ ୩ ପ୍ରତିଶତ କୁକୁର ରୁହନ୍ତି । ଭୁବନେଶ୍ୱର ସହରର ଜନସଂଖ୍ୟା ଯଦି ୧୫ ଲକ୍ଷ ଥାଏ ତେବେ ଭୁବନେଶ୍ୱରରେ ୪୫ ହଜାର କୁକୁର ରହିଥିବା ବିଏମ୍ସି ଆକଳନ କରିଛି । ଏଣୁ ଠିକା ସଂସ୍ଥା ପ୍ରଥମେ କୁକୁରଙ୍କ ସଂଖ୍ୟା ଜାଣିବା ପାଇଁ ବିଏମସି ପ୍ରଥମେ କୁକୁର ଗଣନା କରିବ । ବିଏମ୍ସି କର୍ମଚାରୀ କିମ୍ବା ଠିକାସଂସ୍ଥାଙ୍କ ଜରିଆରେ ଏହି ଗଣନା କରାଯିବାର ଯୋଜନା ହୋଇଛି ।