ଛାଇ ଗଲେଣି ଆପାଟମେଣ୍ଟ ଲୁଟେରା ଗ୍ୟାଙ୍ଗ୍


  •  ଭୁବନେଶ୍ୱର, ୧୪ା୯ : ଗତ ଅଗଷ୍ଟ ମାସରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳର ଘର ଓ ଆପାର୍ଟମେଣ୍ଟ ମାନଙ୍କରୁ ପ୍ରାୟ ୧ କୋଟି ଟଙ୍କାର ସୁନା, ରୂପା, ଦାମି ସାମଗ୍ରୀ ଲୁଟ୍ କରିଥିବା ବେଳେ ତାହାର ୨ ଦିନ ପରେ ଅବା ଅଗଷ୍ଟ ଗତ ୧୭ ତାରିଖ ରାତିରେ ବଡ଼ଗଡ଼ ଥାନା ଅଧିନ ବିଜେବି ନିଗର କ୍ୱାଟର ନମ୍ବର-୩ ଆର/୧୫ରେ ରହୁଥିବା ଜଜ୍ଙ୍କ ଘରୁ ବୁଲିଥିଲା କଳାକନା । ଏନେଇ କମିଶନରେଟ୍ ପୁଲିସର ନିଦ ହଜିବା ସହ ଡିସିପି ଆକ୍ଟିଭ୍ ମୋଡରେ ଆସିଥିଲେ । ପରେ ବିଭିନ୍ନ ଥାନା ଅଞ୍ଚଳରେ ହୋଇଥିବା ଲୁଟ୍ ଗୁଡ଼ିକୁ ପଛରେ ପକାଇ ଲାଗିପଡ଼ିଥିଲେ ଜଜ୍ଙ୍କ ଘରୁ ହୋଇଥିବା ଲୁଟ୍ କରିଥିବା ଲୁଟେରାଙ୍କ ପଛରେ । ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ନ ଧରିଲେ ନିଜ ଉପରକୁ ବିପଦ ଆସିବା ଭୟରେ ଡ଼ିସିପିଙ୍କ କଡ଼ା ନିଦେ୍ର୍ଦଶ କ୍ରମେ ବଡ଼ଗଡ଼ ଥାନାର ଅଧିକାରୀ, ସମସ୍ତ ଅଫିସର ଓ ଜୋନ୍- ୪ ଏସିପି ଦିନ ରାତି ଏକ କରି ୩ ଜଣ ନାବାଳକ ଲୁଟେରା ଓ ୭ ଜଣ ଲୁଟେରାଙ୍କୁ ଧରିବା ସହ ସେମାନଙ୍କ ଠାରୁ ସମସ୍ତ ଚୋରି ଅଳଙ୍କାର ଓ ସାମଗ୍ରୀ ଜବତ କରାଯାଇଥିବା ଜୋନ୍-୪ ଏସିପି ମାନସ କୁମାର ଦେଓ ଗଣମାଧ୍ୟମ ଆଗରେ ସୂଚନା ଦେଇଥିଲେ । ଏହାର କିଛି ଦିନ ପରେ ପୁଣି ଗତ ୩ ଦିନ ହେବ ରାଜଧାନୀ ଓ ରାଜଧାନୀ ଉପକଣ୍ଠରେ ଛାଇ ଗଲେଣି ଆପାଟମେଣ୍ଟ ଲୁଟେରା ଗ୍ୟାଙ୍ଗ୍ । ଆଖି ପିଛୁଳାକେ ଘରେ ପଶି ନେଇଯାଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସୁନା, ରୂପା ଅଳଙ୍କାର ସହ ଟଙ୍କା । ହେଲେ ଲୁଟେରାଙ୍କ ଟେର ପାଇପାରୁନାହିଁ ପୁଲିସ । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୁଷ୍ଟ ଦେଖାଯିବା ସହ ଲୋକେ ଆନ୍ଦଲୋନକୁ ବି ଓହ୍ଲାଇବା ଦେଖାଯାଇଛି । ସେହିଭଳି ଗତକାଲି ବାରଙ୍ଗ ଥାନା ଅଞ୍ଚଳର ୨ଟି ଆପାଟମେଣ୍ଟରୁ ଲୁଟେରା ମାନେ ପଶି ଘରର ତାଲା ଭାଙ୍ଗି ୫୦ ଭରି ସୁନା, ହୀରା, ରୂପା, ଟଙ୍କା ଓ ଘରର ଦାମି ଆସବାବପତ୍ର ଲୁଟି ନେଇଛନ୍ତି । ଯାହାକୁ ନେଇ ପୁଲିସ ତଦନ୍ତ ଚଳାଇଛି । ସେହିପରି ବାଲିଅନ୍ତା ଅଞ୍ଚଳରୁ ମଧ୍ୟ ଏକ ଘରୁ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି । ଏହା ଭିତରେ ପୁଣି ଲୁଟେରା ଗ୍ୟାଙ୍ଗ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଚ ଦେଇ ପୁଣି ଚନ୍ଦକା ଅଞ୍ଚଳର ଏକ ଆପାଟମେଣ୍ଟରୁ ୫୦ ଲକ୍ଷ ଟଙ୍କାର ସୁନା ଓ ନଗଦ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ତା ପୂର୍ବରୁ ମଧ୍ୟ ଚନ୍ଦକା ଅଞ୍ଚଳର ଏକ ଆପାଟମେଣ୍ଟରୁ ଲୁଟେରା ମାନେ କଳାକନା ବୁଲାଇଥିବା ବେଳେ ପୁଲିସ ସେମାନଙ୍କ ଟେର ପାଇପାରିନଥିବା ବେଳେ, ଧଉଲି, ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ଲୁଟେରା ମାନେ ଆତଙ୍କ ରଚି ୧ କୋଟିରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିଥିଲେ । ହେଲେ ସେମାନଙ୍କ ମଧ୍ୟ ପୁଲିସ ଆଜି ପର୍ଯ୍ୟନ୍ତ ଟେର ପାଇପାରିନାହିଁ । ଏହାର କିଛିଦିନ ନ ଯାଉଣୁ ପୁଣି ଚନ୍ଦକା ଅଞ୍ଚଳର ଆଉ ଏକ ଆପାଟମେଣ୍ଟରୁ ବୁଲାଇଛନ୍ତି କଳାକନା । ଏଥିରୁ ଯାହା ଜଣାପଡୁଛି, ପୁଲିସ ଡାଳେ ଡାଳେ ଗଲେ ଲୁଟେରା ମାନେ ପତରେ ପତରେ ଯାଇ ଏଭଳି ବଡ଼ଧରଣର ଲୁଟ୍ପାଟ୍ କରି ଖସି ପଳାଉଛନ୍ତି । ପୁଲିସ ଖାଲି ବ୍ଲକିଂ ଚେକିଂ ନାଁରେ ପାରି ହେଉଥିବା ଦେଖାଯାଉଛି ।
    ସୂଚନା ଯୋଗ୍ୟଯେ, ଗତକାଲି ରାତିରେ ଚନ୍ଦକା ଥାନା ଅଧିନ ଆକ୍ରୋପଲିସ ଆପାର୍ଟମେଣ୍ଟରେ ବଡ଼ଧରଣର ଲୁଟ୍ ହୋଇଛି । ପୂର୍ବତନ ଚିଫ୍ ସାଇଣ୍ଟିଷ୍ଟ ନାରାୟଣ ପରିଡ଼ାଙ୍କ ଘରୁ ଏହି ଲୁଟ୍ ହୋଇଥିବା ଜଣାପଡ଼ିଛି । ଲୁଟେରାମାନେ ଘରର ତାଲାଭାଙ୍ଗି ୫୦ ଭରି ସୁନା, ୪୦ ଗ୍ରାମରୁ ଅଧିକ ରୂପା କଏନ୍ ଓ ୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଜଣାପଡ଼ିଛି । ସେ ଜୁଲାଇ ୧୭ରୁ ବିଦେଶ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଘରୁ କଳାକନା ବୁଲାଇଛନ୍ତି ଲୁଟେରା । ହେଲେ କଥା ଉଠିଛି ଆପାର୍ଟମେଣ୍ଟରେ କଡା ସୁରକ୍ଷା ଥାଇ ବି କେମିତି ଲୁଟ୍ ହେଲା ଓ ଏହି ଲୁଟରେ ଆପାର୍ଟମେଣ୍ଟର ସିକୁ୍ୟରିଟି ଗାର୍ଡଙ୍କ ସମ୍ପୃକ୍ତି ରହିଥିବା ସନେ୍ଦହ କରି ଚନ୍ଦକା ଥାନାରେ ଏନେଇ ଅଭିଯୋଗ ହୋଇଛି । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।