ଛାତ୍ରଛାତ୍ରୀମାନଙ୍କ ଇଚ୍ଛା ଶକ୍ତିକୁ ଜାଗ୍ରତ ରଖିବା ଚେଷ୍ଟାରେ ଜାଗୃତି
ବେତନଟୀ: ବେତନଟୀ ବ୍ଳକ୍ର କସ୍ତୁରବା ବାଳିକ । ବିଦ୍ୟାଳୟ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଧନପୁରର ବାର୍ଷିକ ଉସôବ ଜାଗୃତି-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏବିଇଓ ଗୋପାଳ ଚନ୍ଦ୍ର ସେନାପତି ସଭାପତିତ୍ୱ କରିଥିଲେ ଓ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ କାନନାବାଳା କର ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟଅତିଥି ରୂପେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକାରିଣୀ ସବିତା ମାଝୀ ଓ ମୁଖ୍ୟବକ୍ତା ଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ଜ୍ଝସମ୍ମାନିତ ଅତିଥିଭାବେ ବିପ୍ଳବ କର ବିଇଓ ବେତନଟୀ, ଅପର୍ଣ୍ଣା ସାହୁ ଏବିଇଓ ବେତନଟୀ, ହରିଶଚନ୍ଦ୍ର ନନ୍ଦ ଗୋସ୍ୱାମୀ ପ୍ରାକ୍ତନ ବେତନଟୀ ବିଆରସିସି, ସପନ କୁମାର ପୃଷ୍ଟି, ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନର ଆଦିବାସୀ ସଂଯୋଜକ, ସ୍ଥାନୀୟ ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ହାଁସଦା ଓ ସବିତା ମହାନ୍ତି ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ, ଭବାନୀଶଙ୍କର ମହାନ୍ତ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୁଖ ମଞ୍ଚାସୀନ ଥାଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଶିକ୍ଷାଲାଭ ପ୍ରତି ଅବହେଳା ନକରି ନିଜ ଚରିତ୍ର ଓ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣର ବ୍ୟକ୍ତବ୍ୟ ଦେଇଥିଲେ । ଜାଗ୍ରତ ପ୍ରହରୀ ସ୍ୱରୂପ, ସମସ୍ତଙ୍କ ମନରେ ଜାଗୃତି ଆଣୁ, ସମସ୍ତେ ଶିକ୍ଷା ପ୍ରତି ସଚେତନ ହୁଅନ୍ତୁ । ଏହା ଆଜି ଦିନର ଆହ୍ୱାନ, ଏଣୁ ଜାଗୃତି ନାମକରଣ ଯଥାର୍ଥ ଅଟେ ବୋଲି ବକ୍ତାଗଣ କହିଥିଲେ । ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଓ ଶିକ୍ଷୟିତ୍ରୀ କିରଣବାଳା ନାୟକ ଉପସ୍ଥିତ ଥାଇ ଛାତ୍ରଛାତ୍ରୀମାନଙ୍କୁ ଓ ବିଶେଷଭାବେ ନାରୀ ଶିକ୍ଷାର ଅଗ୍ରଗତି ସମ୍ବନ୍ଧିତ ଉପଦେଶ ରଖିଥିଲେ । ନିକଟରେ ବେତନଟୀ ବ୍ଳକରୁ ଅବସରପ୍ରାପ୍ତ ଏବିଇଓ ରମାକାନ୍ତ ମହାନ୍ତଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର, ଉପଢୈକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ସଠିଲୋଗ୍ରାମର ପୂର୍ବତନ ଶିକ୍ଷକ ସ୍ୱର୍ଗତ କରୁଣାକର ନାୟକ ଶିକ୍ଷାବୃତ୍ତି ୩ୟ, ୫ମ ଓ ୮ମ ଶ୍ରେଣୀରେ ଗତବର୍ଷ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ତ୍ରୟଙ୍କୁ ପ୍ରଦାନ କରାଯାଇଥିଲା । ମଧ୍ୟାହ୍ନ ଭୋଜନ ବିରତି ପରେ ବାର୍ଷିକ କ୍ରୀଡା ଓ ବିଭିନ୍ନ ଦିଗରେ ପାରଦର୍ଶିତା ହାସଲକାରୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବଣ୍ଟନ କରାଯିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଗଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀଗଣ ସହଯୋଗ କରିଥିଲେ । ଶେଷରେ ପ୍ରଧାନଶିକ୍ଷିକ । ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।