ବୃହତ ଶିଳ୍ପ ପ୍ରତିଷ୍ଠାକୁ ନେଇ ସଦର ବିଧାୟକଙ୍କ ପ୍ରଶ୍ନ

ବାଲେଶ୍ୱର: ବାଲେଶ୍ୱରରେ ଦୁଇଟି ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ଏଥି ମଧ୍ୟରେ ରାଷ୍ଟ୍ରାୟତ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ୍ ପକ୍ଷରୁ ୮୭୦ କୋଟି ଟଙ୍କା ପୁଞ୍ଜି ନିବେଶରେ ୈନିକ ୫ଶହ କିଲୋଲିଟର ଉତ୍ପାଦନ କ୍ଷମତା ବିଶିଷ୍ଟ ଇଥାନଲ କାରଖାନା ଓ ବ୍ୟାଙ୍କ ନୋଟ ପେପର ମିଲସ ପ୍ରାଇଭେଟ ଲିମିଟେଲର ୨୫ଶହ କୋଟି ଟଙ୍କା ପୁଞ୍ଜି ନିବେଶରେ ୧୨ହଜାର ମେଟ୍ରିକ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ବ୍ୟାଙ୍କ ନୋଟ ପେପର (ସିଲିଣ୍ଡର ୱାଟର ମାର୍କଡ ବ୍ୟାଙ୍କ ନୋଟ ପେପର) କାରଖାନା ରହିଛି । ଏହା ସହିତ ଏକକ ବାତାୟନ ପ୍ରଣାଳୀ ମାଧ୍ୟମରେ ଏକାଧିକ ପ୍ରକଳ୍ପ ଅନୁମୋଦନ ପାଇଥିବା ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ବିଧାନସଭାରେ ପ୍ରକାଶ କରିଛନ୍ତି । ବିଧାନସଭାର ବଜେଟ ଅଧବେଶନରେ ପ୍ରଶ୍ନକାଳରେ ସଦର ବିଧାୟକ ରାଜ୍ୟରେ ଶିଳ୍ପାୟନକୁ ନେଇ ପ୍ରଶ୍ନ ଉତଥାପନ କରିଥିଲେ । ବିଶେଷ କରି ବାଲେଶ୍ୱର ଜିଲ୍ଲାରେ ନୂତନ ଶିଳ୍ପ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସେ ଜାଣିବାକୁ ଚାହିଁଥିଲେ । ଏହା ସହିତ ପୁର୍ବରୁ ବନ୍ଦ ହୋଇ ଯାଇଥିବା ଶିଳ୍ପ ସଂଖ୍ୟା ଓ ରଜ୍ୟରେ ନୂତନ ସରକାର ଗଠନ ପରେ ବିଭିନ୍ନ ଜିଲ୍ଲାରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ପ୍ରଶ୍ନ ଉଠାଇଥିଲେ ।