ଜମିହରା ପ୍ରଜାଙ୍କ ଖଣି ବନ୍ଦ ଆନେ୍ଦାଳନ
ତାଳଚେର : ମାନ୍ୟବର କୋର୍ଟଙ୍କ ନିଦେ୍ର୍ଦଶକୁ ଖଣି କର୍ତ୍ତୃପକ୍ଷ ହେୟଜ୍ଞାନ କରୁଥିବା ନେଇ ଏଥିରେ ଅତିଷ୍ଠ ହୋଇ ତାଳଚେର ବ୍ଲକ ଅନ୍ତର୍ଗତ ବଡ଼ଯୋରଡ଼ା ଗ୍ରାମର ଜମିହରା ପ୍ରଜାମାନେ ବାଧ୍ୟ ହୋଇ ଖଣି ସମ୍ମୁଖରେ ଆନେ୍ଦାଳନ କରିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ, ୧୯୮୬ମସିହାରେ ବଡ଼ଯୋରଡ଼ା ଗ୍ରାମବାସୀଙ୍କ ଜମି ଖଣି କର୍ତ୍ତୃପକ୍ଷ ଅଧିଗ୍ରହଣ କରିଥିଲା । ଜମି ଅଧିଗ୍ରହଣ କରି ସାରିବା ପରେ ଖଣିକର୍ତ୍ତୃପକ୍ଷ ସେମାନଙ୍କୁ ଥଇଥାନ, ନିଯୁକ୍ତି, ଉଚିତ୍ କ୍ଷତିପୂରଣ ଇତ୍ୟାଦି ପ୍ରଦାନ ନ କରିବାରୁ ସେମାନେ ବାରମ୍ବାର ପୂର୍ବରୁ ଆନେ୍ଦାଳନ, ଧାରଣା ଇତ୍ୟାଦି ଦେଇଥିଲେ ମଧ୍ୟ ଖଣି କର୍ତ୍ତୃପକ୍ଷ ଏହାକୁ କର୍ଣ୍ଣପାତ ନ କରିବାରୁ ସେମାନେ ବାଧ୍ୟ ହୋଇ ମାନ୍ୟବର ଉଚ୍ଚନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର କୋର୍ଟ ତା ୨୨/୧୨/୨୦୨୨ରିଖ ନିଦେ୍ର୍ଦଶକ୍ରମେ କ୍ଷତିଗ୍ରସ୍ତ ଜମିହରା ପ୍ରଜାମାନଙ୍କୁ ୩ମାସ ମଧ୍ୟରେ ଥଇଥାନ ଓ ନିଯୁକ୍ତି ଦେବାକୁ କହିଥିଲେ । କିନ୍ତୁ ଏମସିଏଲ କର୍ତ୍ତୃପକ୍ଷ ପୁନର୍ବାର ଉଚ୍ଚନ୍ୟାୟଳୟ ଯାଇଥିଲେ ମଧ୍ୟ ନ୍ୟାୟଳୟ ତା ୨୧/୦୬/୨୦୨୪ରେ ଏହା ଭିତ୍ତିହୀନ ବୋଲି ଦର୍ଶାଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏମ୍ସିଏଲ କର୍ତ୍ତୃପକ୍ଷ ତା ୧୭/୦୮/୨୦୨୪ରେ ସର୍ବୋଚ୍ଚ ନ୍ୟାୟଳୟ ଯାଇଥିଲେ । କିନ୍ତୁ ତା ୦୨/୦୧/୨୦୨୫ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟ ନିୟମକୁ ମାନିବା ପାଇଁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ଏମସିଏଲ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରି କର୍ଣ୍ଣପାତ କରୁନଥିବାରୁ ଉକ୍ତ ଜମିହରା ପ୍ରଜାମାନେ ପୂର୍ବନିଷ୍ପତ୍ତି ଅନୁଯାୟୀ ଆଜି ସକାଳ ୬ଘଟିକା ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ହିଙ୍ଗୁଳା ଜିଏମ ଅଫିସ୍, ବଳରାମ ଖଣି, ଭରତପୁର ଖଣି ନନ୍ଦିରା କୋଲିୟରୀ ସମ୍ମୁଖରେ ଆନେ୍ଦାଳନ କରିଥିବା ଗ୍ରାମବାସୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ସମ୍ପୃକ୍ତ ଖଣି ଖଣିକ୍ଷତିଗ୍ରସ୍ତ ଗ୍ରାମାବାସୀ ସେମାନଙ୍କର ନ୍ୟାର୍ଯ୍ୟ ଦାବି କେବେ ପାଉଛନ୍ତି ତାହା ଦେଖିବାକୁ କେବଳ ବାକି ରହିଲା ।