ଛେଳି ଚୋରିକୁ ନେଇ ତୁମୁଳକାଣ୍ଡ : ଗୁଳି ମାଡରେ ଜଣେ ମୃତ

ବାରିପଦାରୁ ପ୍ରୟାଗରାଜ କର : ବାରିପଦା ୨୪ ନମ୍ବର ୱାର୍ଡ କାଳିକାପୁର ଉପରସାହି ଓ ତଳସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି  । ଛେଳି ଚୋରିକୁ ନେଇ ଗୁଳିମାଡ ଓ ହଣାକଟା ହୋଇଛି  । ଗୁଳି ମାଡରେ ଜଣଙ୍କର ମୃତୁ୍ୟ ଘଟିଥିବାବେଳେ ଖଣ୍ଡା ଚୋଟରେ ୩ ଜଣ ଗୁରତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି । ଆଉ ତିନିଜଣ ବାରିପଦା ମେଡିକାଲ କଲେଜରେ ଚିକିସôିତ ହେଉଛନ୍ତି । ମୃତକ ଜଣକ ହେଲେ ଉପର ସାହିର ରାଜୁ ଘଢେଇ (୩୨) । 
କଟକ ସ୍ତାନାନ୍ତର ହୋଇଥିବା ମହିଳା ଜଣକ ହେଲେ ଉପର ସାହିର ସାବିତ୍ରୀ ଘଢେଇ(୫୬), ତଳ ସାହିର ଆକାଶ ମୁଖି(୨୨) ଓ କୁନ୍ଦନ ମୁଖି(୨୩) । ବାରିପଦା ମେଡିକାଲରେ ଜିତୁ ମୁଖୀ (୧୯), ପିତୁରୁ ମୁଖି (୧୯) ଓ ସିପୁନ ମୁଖି (୨୦) ଚିକିସôିତ ହେଉଥିବା ଜଣାପଡିଛି  । ଗତ ୪ ଦିନ ମଧ୍ୟରେ ଏମିତି ତିନୋଟି ଘଟଣା ଘଟିଥିବା ଥିବାବେଳେ ନିୟନ୍ତ୍ରଣକୁ ଆସିପାରୁନି ଆଇନଶୃଙ୍ଖଳା  । ଏହି ଘଟଣା ପରେ ଉତ୍ତରାଞ୍ଚଳ ଡିଆଇଜି ଡ.ସତ୍ୟଜିତ ନାଏକ ଘଟଣାସ୍ଥଳକୁ ଆସି ସମୀକ୍ଷା କରିଛନ୍ତି । ମିଳିଥିବା ସୂଚନା ମୁ୍ତାବକ ଉପର ସାହିର ଏକ ଛେଳିକୁ ଗତକାଲି ତଳ ସାହିର କିଛି ଯୁବକ ଚୋରାଇ ନେଇଥିଲେ । ଆଉ ଏକ ଛେଳି ଚୋରାଇ ନେବାକୁ ଆସିଥିବାବେଳେ ଉପର ସାହିର ରାଜୁ ଓ ତାଙ୍କ ମା’ ବିରୋଧ କରିଥିଲେ । ଏହାକୁ ନେଇ ଉଭୟ ଗୋଷ୍ଟୀଙ୍କ ମଧ୍ୟରେ ଉତ୍ତେଜନା ହୋଇଥିଲା  । ଭିଡ ମଧ୍ୟରେ ତଳ ସାହିରୁ କେହି ଦୁଇଟି ଗୁଳି ଚଳାଇଥିବାବେଳେ ଗୋଟିଏ ଗୁଳି ରାଜୁଙ୍କର ଦେହରେ ବାଜିଥିବାବେଳେ ଅନ୍ୟଟି ବ୍ଲାଙ୍କ ଯାଇଥିଲା  । ଖଣ୍ଡା ଚୋଟରେ ସାବିତ୍ରୀ ଗୁରୁତର ହୋଇଥିବାବେଳେ ତଳ ସାହିର ଆକାଶ ଓ କୁନ୍ଦନ ମଧ୍ୟ ଗୁରୁତର ହୋଇଛନ୍ତି । ତେବେ ରାଜୁଙ୍କୁ ପରିବାରବର୍ଗ ହସ୍ପିଟାଲକୁ ଆଣିଥିବାବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ପୂର୍ବରୁ ଘଟଣା ସମ୍ପର୍କରେ ପୁଲିସ୍ ଅବଗତ ଥିଲା  । ଛେଳି ଚୋରି ନେଇ ଉପରସାହିର ବିଜୁ ଘଡେଇ ପୁଲିସକୁ ଅବଗତ କରିଥିଲେ  । ପୁଲିସ ଏନେଇ କାର୍ଯ୍ୟପନ୍ଥା ଗ୍ରହଣ କରିଥିଲେ ଏପରି କାଣ୍ଡ ଘଟି ନଥିବା ବିଜୁ ଘଢେଇ କହିଛନ୍ତି । ଏନେଇ ଆଇଆଇସି କରୁଣାକର ରାଉତ କହିଛନ୍ତିଯେ, ଏହାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛୁ  । ଏହି ଘଟଣାରେ କିଏ କିଏ ସମ୍ପୃକ୍ତ ରହିଛନ୍ତି ତାହାର ତଦନ୍ତ କରି ଦୋଷୀଙ୍କୁ କୋର୍ଟ ଚାଲାଣ କରିବୁ ବୋଲି ସେ କହିଛନ୍ତି  ।