ଜଗନ୍ନାଥ ମନ୍ଦିରରେ ରଥ ଅନୁକୂଳ
କାକଟପୁର : କାକଟପୁର ବ୍ଲକ୍ ଅନ୍ତର୍ଗତ ଆନନ୍ଦବଜାର ସ୍ଥିତ ପ୍ରାଚୀ ଶ୍ରୀକ୍ଷେତ୍ରରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜଗନ୍ନାଥ ମନ୍ଦିରରେ ରଥ ଗଢା ଅନୁକୂଳ କାର୍ଯ୍ୟ ବିଶ୍ୱକର୍ମା ସେବକଙ୍କ ଦ୍ୱାରା ସମାପନ ହୋଇଛି । ସେବକଙ୍କୁ ମନ୍ଦିର ଟ୍ରଷ୍ଟ ତରଫରୁ ଉତ୍ତରୀୟ ପ୍ରଦାନ, ଫୁଲ ଚନ୍ଦନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ରଥ କାଠକୁ ମନ୍ଦିର ପୂଜକ ଅଶୋକ ପାଢ଼ୀଙ୍କ ଦ୍ୱାରା ପୂଜା କରାଯାଇଥିଲା, ଟ୍ରଷ୍ଟ ପକ୍ଷରୁ ସଭାପତି ବିଚିତ୍ରା ନନ୍ଦ ନାୟକ, ଉପସଭାପତି ଶଲ୍ୟନ ପାତ୍ର, ସମ୍ପାଦକ ପ୍ରଫୁଲ୍ଲ ସାହୁ, କୋଷାଧ୍ୟକ୍ଷ ନୃସିଂହ ବେହେରା, ରାଜକିଶୋର ପରିଡା, ଗଣେଶ ମହାରଣା, ବିଜୟ କାଣ୍ଡି, କଲ୍ୟାଣ ପ୍ରଧାନଙ୍କ ସମେତ ସମସ୍ତ କର୍ମକର୍ତା ସହଯୋଗ କରିଥିଲେ । ପ୍ରତିବର୍ଷ ଏଠାରେ ସମସ୍ତ କାର୍ଯ୍ୟ ଓ ପର୍ବ ପର୍ବାଣୀ ସମ୍ପୂର୍ଣ୍ଣ ଜଗନ୍ନାଥ ମନ୍ଦିର, ପୁରୀର ରୀତିନୀତି ଅନୁସାରେ ପାଳନ କରାଯାଏ ।