ଜଗନ୍ନାଥ ସାଗର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ
ଜୟପୁର: ବହୁଚର୍ଚ୍ଚିତ ଜୟପୁର ସହରର ଜୀବନରେଖା ଜଗନ୍ନାଥ ସାଗର ପୁନରୁଦ୍ଧାର କାର୍ଯ୍ୟ ରାଜ୍ୟ ସରକାରଙ୍କ ଅନୁଦାନରେ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟ ସରକାର ଏହି କାର୍ଯ୍ୟ ନିମନ୍ତେ ୮.୪୦ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରିଥିଲେ । ଏହାକୁ କଳାହାଣ୍ଡି ଜିଲ୍ଲାର ରାଇପ ସଂସ୍ଥା ୯.୯୯ ପ୍ରତିଶତ କମରେ ଟେଣ୍ଡରଟି ପାଇଛି । ଏହି କାର୍ଯ୍ୟ ସମ୍ପୂର୍ଣ କରିବାର ଅବଧି ୬ ମାସ ରହିଛି । ଜୟପୁର ଜନସାଧାରଣ ଏବଂ ମୋ ଜଗନାଥ ଟ୍ରଷ୍ଟ କାର୍ଯ୍ୟକର୍ତ୍ତା ଙ୍କର ବହୁଦିନ ଧରୀ ଚାଲି ଆସୁଥିବା ଆନେ୍ଦାଳନକୁ ସାକାର କରିବାକୁ ଜୟପୁର ବିଧାୟକ, ପୌର ଅଧ୍ୟକ୍ଷ, ଜିଲ୍ଲାପାଳ, ଜୟପୁର ଉପଜିଲ୍ଲାପାଳ, ସହ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ଯନ୍ତ୍ରୀ ପ୍ରମୁଖ ପୂଜା ଅର୍ଚ୍ଚନା ପରେ ଠିକା ସଂସ୍ଥା କାର୍ଯ୍ୟ ଆରମ୍ଭ କରିଛି ।