ଜଣ୍ଡିସରେ ଛାତ୍ରୀ ମୃତୁ୍ୟ ବଢାଇଲା ଚିନ୍ତା : ବୋଦୁଅରେ ପହଞ୍ଚôଲା ଜିଲ୍ଲା ସ୍ୱାସ୍ଥ୍ୟ ଟିମ୍

 ବରୀ : ଡ଼ାଇରିଆ ପରେ ଜଣ୍ଡିସକୁ ନେଇ ଜିଲା ପ୍ରଶାସନ ଚିନ୍ତାରେ ପଡ଼ିଛି । ଏହି କାରଣରୁ ଆଜି ଜଣ୍ଡିସ ରୋଗରେ ମୃତା ଛାତ୍ରୀଙ୍କ ଗାଁ ବରୀ ବ୍ଲକ ବୋଦୁଅ ପଞ୍ଚାୟତର ୧୬ନମ୍ବର ୱାର୍ଡରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ ପହଞ୍ଚିଥିଲା । ୱାର୍ଡ଼ର ଦଳିତ ସାହିରେ ଥିବା ଘରକୁ ଘର ବୁଲି ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ପିଲା ଓ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ଜଣ୍ଡିସ ରୋଗର କୌଣସି ଲକ୍ଷଣ ସେମାନଙ୍କ ଶରୀରରେ ନଥିବା ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ ଚନ୍ଦ୍ର ବଳ ସୂଚନା ଦେବା ସହ ଆସନ୍ତା କାଲି ୧୫ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା କଥା କହିଥିଲେ । ଆଉ ସେମାନଙ୍କର ରିପୋର୍ଟ ମଧ୍ୟ ନେଗେଟିଭ ଥିବା ସୂଚନା ଦେଇଥିଲେ । ଏଥିରେ କେହି ଭୟଭୀତ ନହୋଇ ଫୁଟା ପାଣି ରିତିମତ ପିଇବାକୁ ପରାମର୍ଶ ଦେଇଥିଲେ । ଘରର ଚତୁଃପାର୍ଶ୍ୱର ସଫାସୁତୁରା ରଖିବା ପାଇଁଁ ଲୋକଙ୍କୁ ସଚେତନ କରାଇଥିଲେ । ସଂକ୍ରାମକ ରୋଗ ନିୟନ୍ତ୍ରଣ ବିଭାଗ ଅଧିକାରୀ ରମେଶ ମଲ୍ଲିକଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇଥିଲେ ।