ଫ୍ଲେକ୍ସ ପ୍ରିଣ୍ଟ ମିଡିଆ ହାଉସରେ ଆଇଟି ରେଡ୍; ୨କୋଟି ଜବତ

ଫ୍ଲେକ୍ସ ପ୍ରିଣ୍ଟ ମିଡିଆ ହାଉସରେ ଆଇଟି ରେଡ୍; ୨କୋଟି ଜବତ

ରାଜଧାନୀରେ ବଡ଼ ଧରଣର ଆଇଟି ରେଡ ହୋଇଛି। ଓଲ୍ଡ ପୋଷ୍ଟ ଅଫିସ ଲେନ୍ ବୁଦ୍ଧେଶ୍ୱରୀ କଲୋନୀରେ ଥିବା ଏକ ଫ୍ଲେକ୍ସ ପ୍ରିଣ୍ଟ ମିଡିଆ ହାଉସ ଉପରେ ଆଜି ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଜଣାଯାଇଛି।

ଚଢ଼ାଉ ଚାଲିଥିବା ବେଳେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ସୂଚନା ରହିଛି। ଏହି ଟଙ୍କା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବୋଲି ଜଣାଯାଇଛି। ଏହି ଫ୍ଲେକ୍ସ ପ୍ରିଣ୍ଟ ମିଡିଆ ହାଉସରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପୋଷ୍ଟର ଓ ବ୍ୟାନର ଛପା ଯାଉଥିବା ସୂଚନା ରହିଛି। ଏନେଇ ସଂପୃକ୍ତ ମିଡିଆ ହାଉସ ମାଲିକ କିମ୍ବା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।