ଜମି ହରା ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ବୈଠକ

 ଚମ୍ପୁଆ: ଜମି ହରା ଓ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ପାଇଁ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡାଙ୍କ କାର୍ଯ୍ୟାଳୟଠାରେ ଉଭୟ ଜମି ହରା ଓ କମ୍ପାନୀ କର୍ତୁପକ୍ଷଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜମିହରା ମାନେ ୧୫ ଦଫା ସମଳିତ ଦାବିପତ୍ର ପ୍ରଦାନ କରିଥିବା ବେଳେ, ଦାବି ଗୁଡିକୁ ନେଇ ଉପଜିଲ୍ଲାପାଳ ଶ୍ରୀ ପରିଡା ଜମି ହରାଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ । ଜମି ହରାମାନେ ଦେଇଥିବା ଦାବି ମଧ୍ୟରେ ୧୮ ବର୍ଷ ହୋଇଥିବା ଯୁବକ ଯୁବତୀଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ କମ୍ପାନୀରେ ସ୍ଥାୟୀ ନିଯୁକ୍ତି, କମ୍ପାନୀ ଅବସରପ୍ରାପ୍ତ  କର୍ମଚାରୀଙ୍କ ପୁଅ ଝିଅଙ୍କୁ କମ୍ପାନୀରେ ଚାକିରି, ଯେଉଁ ଜମିହରା ପରିବାରମାନେ ଠିକା ଚାକିରି କରୁଛନ୍ତି ତାଙ୍କୁ ସ୍ଥାୟୀ କରିବା, କୌଣସି କାରଣ ନଥାଇ କମ୍ପାନୀର ବହିସ୍କୃତ ସ୍ଥାନୀୟ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା, ଲିଜ୍ରେ ଯୋଗାଇଥିବା ଜାଗା ସ୍ଥାୟୀ ପଟ୍ଟା କରିବା, ଜମିହରାଙ୍କ ପିଲା ଛୁଆଙ୍କୁ ପାଠ ପଢା ପାଇଁ କମ୍ପାନୀ ପକ୍ଷରୁ ଖର୍ଚ୍ଚ ବହନ କରିବା ସହିତ ପ୍ରତ୍ୟେକ ବର୍ଷ ୫୦ ପିଲାଙ୍କୁ ସ୍କୁଲ ପ୍ରବେଶର ବ୍ୟବସ୍ଥା କରିବା, ଦେଓଝର ଗ୍ରାମରେ କମ୍ପାନୀ ପକ୍ଷରୁ ଡିସ୍ପେନସାରୀ ନିର୍ମାଣ କରାଯାଇଥିଲେ ମଧ୍ୟ ମେଡିକାଲ ସୁବିଧା ଓ ଔଷଧ ଆଦିର ସୁବ୍ୟବସ୍ଥା କରିବା, ଗୃହ ନିର୍ମାଣ ନିମନ୍ତେ ଅର୍ଥ ପ୍ରଦାନ କରିବା, କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଥିବା ଜମିହରାଙ୍କ ପାଇଁ କଲୋନୀରେ ପାଣି, ବିଜୁଳି ଓ ରାସ୍ତା ଆଦିର ବ୍ୟବସ୍ଥା କରିବା ସହ ଗ୍ରାମରେ ପାଣି, ରାସ୍ତାଘାଟ, ବିଜୁଳି, ଚିକିସôା ଏବଂ କଲ୍ୟାଣ ମଣ୍ଡପ ଓ କ୍ଲବ୍ ଗୃହ ନିର୍ମାଣ କରିବା ସହିତ ମହିଳାଙ୍କ ଉନ୍ନତି ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି କରିଥିଲେ । ଏ ନେଇ ଶ୍ରୀ ପରିଡା ଉଭୟ ପକ୍ଷଙ୍କ ଉପସ୍ଥିତିରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଅନ୍ୟ ଏକ ବୈଠକ ଡକାଯିବ ବୋଲି ସୂଚନା ଦେଇଥିଲେ । କମ୍ପାନୀ ପକ୍ଷରୁ ଏଚଆର ମୁଖ୍ୟ ଆଶିଷ ମହାନ୍ତିଙ୍କ କହିବା ଅନୁଯାୟୀ ଉପଜିଲ୍ଲାପାଳ ଉଭୟଙ୍କୁ ଡାକି ଆଲୋଚନା କରିଛନ୍ତି ।