ଜଳିଗଲା ଧାନ ଗଦା
କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଟେମରା ପଞ୍ଚାୟତ କସମୀ-ମିରମିଣ୍ଡା ରାସ୍ତା ଏକ ଜମି ମଧ୍ୟରେ ଥିବା ଧାନଗଦାରେ ବୁଧବାର ବିଳମ୍ୱୀତ ରାତିରେ ନିଆଁ ଲାଗି ଧାନଗଦା ସମ୍ପୂର୍ଣ୍ଣର୍ ଜଳି ଯାଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାଇ ଚୁରାହାଣ୍ଡି ଗ୍ରାମର ଭୀମ ବିନ୍ଧାଣି(୩୨) ଚଳିତ ଖରିଫଋତୁରେ ଅମଳ ହୋଇଥିବା ୨ଏକର ଜମିର ପ୍ରାୟ ୬୦୦ଭାର ଧାନକୁ କାଟିବା ପରେ ନିଜ ଚାଷ ଜମିରେ ଗଦା କରି ରଖିଥିଲେ । ଜମିରେ କେହି ନଥିବା ବେଳେ ହଠାତ ନିଆଁ ଲାଗି ଧାନ ଜଳି ଯାଇଥିଲା । ଗୁରୁବାର ସକାଳେ ଲୋକେ ପ୍ରାତ ଭ୍ରମଣରେ ଯାଇ ଧାନ ଗୋଦା ଜଳି ଯାଉଥିବା ଦେଖି ଭିମଙ୍କୁ ଖବର ଦେଇଥିଲେ । ଗାଁ ଲୋକେ ରୁଣ୍ଡ ହେଇ ନିଆଁକୁ ଲିଭାଇବାକୁ ବହୁତ ଚେଷ୍ଟା କରିବା ପରେ କୋଷାଗୁମୁଡ଼ା ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଧାନଗଦା ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଭୀମ ଗରିବ ଶ୍ରେଣୀର ହୋଇଥିବା ହେତୁ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।