ଜାତୀୟସ୍ତରରେ ବ୍ରୋଞ୍ଜ ପଦକ ଜିତିଥିବା ଛାତ୍ରଙ୍କୁ ସମ୍ବର୍ଦ୍ଧନା
ନୂଆପଡା: ଜାମ୍ମୁ କାଶ୍ମୀର ଠାରେ ଅନୁଷ୍ଠିତ ଜାତୀୟ ବିଦ୍ୟାଳୟ ଖେଳ ପ୍ରତିଯୋଗିତାରେ ମାର୍ଶାଲ ଆଟ୍ ଉଷୋ ବିଭାଗରେ ନେସନାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଦିଲେଶ୍ୱର ମାଝୀ ରାଜ୍ୟରୁ ପ୍ରତିନିଧିତ୍ୱ କରି ବ୍ରୋଞ୍ଜ ପଦକ ଜିତି ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଥିବା ହେତୁ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୋଷ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମ୍ୱାଦିକ କୁନୁ କରୁଆଁ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ମହେଶ କୁମାର ଦଣ୍ଡସେନା ଯୋଗ ଦେଇ ଉଦବୋଧନ ଦେଇଥିଲେ । ଶିକ୍ଷକ ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଜ୍ଞାନ ଶିକ୍ଷକ ଅଶୋକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ର ଭୀମ ଧରୁଆ ଏବଂ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଜାହିଦ୍ ଖାନ୍ ଦିଲ୍ଲୀ ରେ ହେବାକୁ ଥିବା ଜାତୀୟ ସ୍ତରୀୟ ବେଡମିଣ୍ଟନ୍ ପ୍ରତିଯୋଗିତାରେ ଓଡ଼ିଶା ରୁ ପ୍ରତିନିଧିତ୍ୱ କରି ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅତିଥି ଶିକ୍ଷକ ଗୌରୀଶଙ୍କର ଦୁବେ , କ୍ରୀଡ଼ା ଶିକ୍ଷକ ରତନ ସିଂ ବାରିକ , ପ୍ରଶାନ୍ତ ପ୍ରଧାନୀ ,ମୋହନ କୁମାର ମହନ୍ତ, ପ୍ରଭୁଦତ୍ତ ପୁରୋହିତ, ନୀଳିମାରାଣୀ ସାଗର, ରାଜଶ୍ରୀ ଦଣ୍ଡସେନା, ନିରଞ୍ଜନ ବିଶ୍ୱାଳ, ଧନଞ୍ଜୟ ମଲ୍ଲିକ, ହେମସାଗର ଶବର, ସରସ୍ୱତୀ ରାଉତ,ଦୀପକ ଯୋଷୀ , ସୀମନ୍ତ ହେର୍ନା ପ୍ରମୁଖ ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
