ରାଜସ୍ୱ ନିରୀକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

 ଗୋଲାମୁଣ୍ଡା : ଗତକାଲି ସୁରେନ୍ଦ୍ରକୁମାର ନାଏକ ଚାକିରୀରୁ ଅବସର ନେଇଥିଲେ । ଶ୍ରୀ ନାଏକ ଗୋଲାମୁଣ୍ଡା ବ୍ଲକ ବଡ଼ଚେରଗାଁ ରାଜସ୍ୱନିରୀକ୍ଷକ ଭାବେ କାର୍ଯ୍ୟ କରିବା ସହ ଓଡିଶା ସରକାରଙ୍କ ସମସ୍ତ କାର୍ଯ୍ୟ  ଦୈବୀଦୁର୍ବିପାକ ତଥା ନଇବଢି, ବନ୍ୟା ବାତ୍ୟା, ଧାନ କିଣା, ଚାଷୀଙ୍କ ସମସ୍ୟା ଭଳି ଅନେକ ଗୁରୁ ଦାୟିତ୍ୱ ସରକାର ଯାହା ଦେଇଛନ୍ତି ସୁଚାରୁ ରୁପେ ସମ୍ପାଦନ କରିଆସିଥିଲେ । ପ୍ରଥମେ ୧୯୮୯ ମସିହାରୁ ଚାକିରୀ ଜୀବନ ଆରମ୍ବ କରି ଗୋଳାମୁଣ୍ଡା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ପ୍ରଥମ ଯୋଗଦାନ ଦେଇଥିଲେ । ଗୋଳାମୁଣ୍ଡା ତହସିଲ କାର୍ଯ୍ୟାଳୟ ତରଫରୁ ପୈତୃକ ଘରକୁ ପହଞ୍ଚାଇ ସମ୍ବର୍ଦ୍ଧନା ଉସôବରେ ଯୋଗ ଦେଇଥିଲେ ଗୋଳାମୁଣ୍ଡା ତହସିଲଦାର ଚନ୍ଦନ ନାୟକ, ହେଡକ୍ଲର୍କ ଲକ୍ଷ୍ମଣ ବଛା, ରେଭେନୁ ସୁପରଭାଇଜର ଭବାନୀ ଶଙ୍କର ଶବର, ରାଜସ୍ୱନିରୀକ୍ଷକ ଗୋଳାମୁଣ୍ଡା ଆଶିଷ ନାଏକ, ମଧୁସ୍ମିତା ରାଉତ, ରାହୁଲ ନାଏକ, ଗଗନ ସାହୁ, ତାପସ ମଙ୍ଗରାଜ, ଶୋଭାକିଶୋର ମଲ୍ଲିକ, ଦେବସ୍ମିତା ଶବର, ଭଗତ ରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପହଞ୍ଚôବା ପରେ ଲୁହାଗାଁ ସ୍ଥିତ ନାଏକ ପରିବାର ଓ ବନ୍ଧୁ ବର୍ଗ ବଡ଼ ଭାଇ ବିସିକେସନ ନାଏକ, ପ୍ରେମଲାଲ ନାଏକ, ମହିନ୍ଦ୍ର ନାଏକ, ଗଜିନ୍ଦ୍ର ନାଏକ, ଚମ୍ପେଶ୍ୱର ନାଏକ, ଧନେଶ୍ୱର ନାଏକ,  ଜୁଇଁ ଶ୍ରୀତପେଶ୍ୱର ନାଏକ, ତୁଲେଶ୍ୱର ନାଏକ, ଈଶ୍ୱର ନାଏକ, ପୋଖରାଜ ନିଧି, ନାରାୟଣ ନାଏକ, ରାଜପୁର ସରପଞ୍ଚ ଗଜିନ୍ଦ୍ର ନାଏକ, କୃଷ୍ଣଚନ୍ଦ୍ର ମାଝୀ, ତାରେଶ ନାଏକ, ଜୟଲାଲ ବିଶି, ରାମ ରାଜ୍ୟ ନାଏକ, ହିମାଂଶୁ ନାଏକ , ପ୍ରମୋଦ ନାଏକ, ଚୈତନ୍ୟ ନାଏକ,  ବୈଷ୍ଣବ ନାଏକ ଜାମ ଗାଁ ଗହଟିଆ, ପ୍ରମୁଖ ୪୦୦ ବନ୍ଧୁ ବର୍ଗଉପସ୍ଥିତ ହୋଇ ସ୍ୱାଗତ କରି ପୁଷ୍ପ ମାଲ୍ୟ ସହିତ ଉପଢ଼ୌକନ ଦେଇ ସମ୍ମାନିତ କରିବା ସହ ଅବସର ସମୟ ସୁଖ ଶାନ୍ତିରେ ରହିବା ସହ ଭଗବାନ  ଓ ସମାଜ କାର୍ଯ୍ୟରେ ସମୟ ବିତାଇବା ପାଇଁ କାମନା କରିଥିଲେ ।