ଜିତୁଙ୍କ ଅଭିଯୋଗକୁ କାଉଣ୍ଟର କଲା ବିଜେପି

 ଧର୍ମଶାଳା :  ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ (ଜିତୁ) ଆରୁହାରେ ଚାଲିଥିବା ହିଙ୍ଗୁଳା ଯଜ୍ଞ ବୁଲିବାକୁ ଯାଉଥିବା ବାଟରେ କିଛି ଯୁବକ ଅଟକାଇ ଆକ୍ରମଣ ଉଦ୍ୟମ କରିବା ଘଟଣା ପଛରେ ବିଧାୟକଙ୍କ ହାତଥିବାର ଅଭିଯୋଗ ଆଣିଥିଲେ । ଆକ୍ରମଣ ଉଦ୍ୟମ ବେଳେ ତାଙ୍କ ଗାଡ଼ିକୁ ଆକ୍ରମଣ କରିବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ଉପରେ ବିଜେପି ପକ୍ଷରୁ କାଉଣ୍ଟର କରାଯାଇଛି । ଆଜି ବିଜେପି ତରଫରୁ ପ୍ରେସ ମିଟ କରାଯାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଇଙ୍ଗିତରେ ଆକ୍ରମଣ ହେଇଥିବା ଅଭିଯୋଗକୁ ଖଣ୍ଡନ କରଯାଇଛି । ଧର୍ମଶାଳା ବ୍ଳକ ବିଜେପି କାର୍ଯ୍ୟାଳୟରେ ସମସ୍ତ ମଣ୍ଡଳ ସଭାପତି ଓ ବିଜେପିର ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ରହି ଜିତୁଙ୍କଉପରେ ବର୍ଷିଛନ୍ତି । ୩୦ବର୍ଷ ତଳେ ମୋଟର ସାଇକେଲ ଚଢି ଧର୍ମଶାଳାକୁ ଆସିଥିବା ପ୍ରଣବଙ୍କ ପରିବାର ହଜାର ହଜାର କୋଟି ଟଙ୍କାର ମାଲିକ ହେଲେ କିପରି ବୋଲି ବିଜେପି ନେତା ପ୍ରଶ୍ନ କରିବା ସହ ଖଣି ଖାଦାନ ଲୁଟ୍ କରିଥିବା ଜିତୁ ଓ ତାଙ୍କ ସମର୍ଥକ ଦୁବାଇରେ ଘର କରିବାକୁ ପଇସା ଆଣିଲେ କୋଉଠୁ ବୋଲି ପାଲଟା ପ୍ରଶ୍ନ କରିଥିଲେ । ପୂର୍ବତନ ବିଧାୟକ ଯେଉଁ ଦୁଇ ଜଣକ ନାମ ଗଣ୍ଡଗୋଳ କରିଥିଲେ ବୋଲି କହିଛନ୍ତି । ଯେଉଁ ମାନେକି ବିଜେଡି କର୍ମୀ, ପାହାଡ଼ ଲିଜଧାରୀ ।ରାଜ୍ୟର ଚାଲିଥିବା ବିଜେଡି କନ୍ଦଳଧର୍ମଶାଳାରେ ଦେଖା ଦେଇଛି । ନିଜ କର୍ମୀଙ୍କ ଦ୍ୱାରା ଆକ୍ରମଣ ଶିକାର ହୋଇ ଜିତୁ ବିଧାୟକ ହିମାଂଶୁଙ୍କୁ ଅଯଥାରେ ବଦନାମ କରୁଛନ୍ତି । ଯଦି ଆକ୍ରମଣ ହେବ ବୋଲି ଜିତୁ ଜାଣିଥିଲେ କାହିଁକି ସେଠାକୁ ନିଜର ଏତେ ସମର୍ଥକଙ୍କୁ ନେଇ ଯାଉଥିଲେ ବୋଲି ବିଜେପି ନେତା ମାନେ ପ୍ରଶ୍ନ କରିଛନ୍ତି ।