ଶଙ୍ଖଚିଲାରେ ଫିଜିଓଥେରାପି ଚିକିତ୍ସା

ବ୍ୟାସନଗର: କୋରେଇ ବ୍ଲକ ଶଙ୍ଖଚିଲା ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଜିଲା ସମ୍ପର୍କ ବରିଷ୍ଠ ନାଗରିକ ସଂଘ ଆନୁକୂଲ୍ୟରେ  ଫିଜିଓଥେରାପି ଚିକିତ୍ସା ଶିବିରର ଶୁଭାରମ୍ଭ କରାଯାଇଛି । ଶିବିରକୁ କଟକ ଓଲଟପୁରର ସୁନାମଧନ୍ୟ ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞ ମହାମାୟା ସାହୁ ଓ ତାଙ୍କ ସହଯୋଗୀ ଯଶୋବନ୍ତ ମହାରଣା, ମୋନାଲିସା ଗୁରୁ ଓ ସମାଜସେବୀ ଦିଲ୍ଲୀପ କୁମାର ସାହୁ ଉଦଘାଟନ କରାଯାଇଥିଲା । ସଂଘର ସଭାପତି ଚକ୍ରଧର ସାହୁ, ସମ୍ପାଦକ ଉପେନ୍ଦ୍ର କୁମାର ସ୍ୱାଇଁ, ଉପସଭାପତି ବେଣୁଧର ଗୁରୁ, ସହସମ୍ପାଦକ ମନିଚରଣ ପଣ୍ଡା, କୋଷାଧକ୍ଷ ଗୋପାଳ ଚରଣ ଦାସ, ବରିଷ୍ଠ ସଭ୍ୟ ବିମ୍ବାଧର ସାହୁ, ଭରତ ଚନ୍ଦ୍ର ମଳିକ, କୀର୍ତନ ବିହାରୀ ସାହୁ, ଭୀମଚରଣ ସାହୁ, ଗୌରାଙ୍ଗ ଚରଣ ବେହରା, ଗୋପୀନାଥ ନାୟକ, ଲକ୍ଷ୍ମୀଧର ଦାସ, ଈଶ୍ୱର ଚନ୍ଦ୍ର ସାହୁ,ପ୍ରଭାକାର ସାହୁ, ବଳରାମ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଶିବିରରେ ୩୦ରୁ ଉର୍ଦ୍ଧ ଲୋକ ଚିକିତ୍ସିତ ହୋଇ ଉପକୃତ ହେଇଥିଲେ ।