ହାଇକୋର୍ଟଙ୍କ ନିଦେ୍ର୍ଦଶଙ୍କୁ ଫୁ’ : ଆମରଣ ଅନଶନରେ ବସିବେ ହିତାଧିକାରୀ
ବୈଶିଙ୍ଗା : ବୈଶିଙ୍ଗା ମୌଜାର ଏକ ଜମିର ଏକ ଦାଖଲ ଖାରଜ ପାଇଁ ହାଇକୋର୍ଟର ନିଦେ୍ର୍ଦଶ ସତ୍ତ୍ୱେ ବେତନଟୀ ତହସିଲଦାର ସୁରଥ ରାଉତ ପଟ୍ଟା ନ କରିବା ପ୍ରତିବାଦରେ ବୈଶିଙ୍ଗା ଗ୍ରାମର ବ୍ରଜେନ୍ଦ୍ର ମହାପାତ୍ର, ହୃଦାନନ୍ଦ ମହାପାତ୍ର ଏବଂ ବ୍ରହ୍ମାନନ୍ଦ ମହାପାତ୍ର ଆସନ୍ତା ୭ତାରିଖ ଶୁକ୍ରବାର ଦିନ ବେତନଟୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଲିଖିତ ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ମାନ୍ୟବର ଓଡିଶା ହାଇକୋର୍ଟଙ୍କ ୪.୯.୨୪ ନିଦେ୍ର୍ଦଶ ମୁତାବକ ଦାଖଲ ଖାରଜ ୩୦/୨୦୨୪ନମ୍ବରଟିକୁ ସ୍ଥାୟୀ ପଟ୍ଟା କରିବା ପାଇଁ ବେତନଟୀ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ମାନ୍ୟବର ହାଇକୋର୍ଟଙ୍କ ନିଦେ୍ର୍ଦଶକୁ ୬ ମାସ ବିତି ଯାଇଥିଲେ ମଧ୍ୟ ଏହାକୁ ତଦସିଲଦାର କାର୍ଯ୍ୟକାରୀ ନ କରିବା ଯୋଗୁଁ ତିନି ହିତାଧିକାରୀ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ି ଦୌଡି ନୟାନ୍ତ ହେବା ପରେ ମୟୂରଭଞ୍ଜ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବେତନଟୀ ପୁଲିସ ଉପଖଣ୍ଡ ଅଧିକାରୀ, ତହସିଲଦାର ଏବଂ ବେତନଟୀ ଥାନାଧିକାରୀଙ୍କୁ ଆସନ୍ତା ୭ ତାରିଖ ଦିନ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବା ପାଇଁ ଲିଖିତ ଭାବେ ଜଣାଇଛନ୍ତି । ଏହା ସହ ମାନ୍ୟବର ହାଇକୋର୍ଟଙ୍କ ନିଦେ୍ର୍ଦଶକୁ ମାନିନଥିବାରୁ ପୁନରାଏ ଅବମାନନା ମାମଲା ରୁଜୁ କରିବେ ବୋଲି ହିତାଧିକାରୀ ପ୍ରକାଶ କରିଛନ୍ତି ।